fbpx

ଜାଡ଼ରେ ଥରୁଛି ଓଡ଼ିଶା, ଶିମିଳିପାଳରେ ସର୍ବନିମ୍ନ ତାପମାତ୍ରା ଶୂନ୍ୟ ଡିଗ୍ରୀ ରେକର୍ଡ଼

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ହାଡ଼ ଭଙ୍ଗା ଶୀତ ଅନୁଭୂତ ହେଉଛି । ଆସନ୍ତା ୨୨ରୁ ୨୪ରେ ରାତି ତାପମାତ୍ରା ୨-୩ ଡିଗ୍ରୀ ବଢ଼ିବା ସହ ଘନ କୁହୁଡ଼ି ଜନଜୀବନକୁ ପ୍ରଭାବିତ କରିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଅଭ୍ୟନ୍ତରୀଣ ହେଉ କି ଉପକୂଳ ଓଡ଼ିଶା, ସବୁଠି ଶୀତ ପ୍ରକୋପ ଜାରି ରହିଛି । ଶିମିଳିପାଳରେ ତୁଷାରପାତ ସହ ସର୍ବନିମ୍ନ ତାପମାତ୍ରା ଶୂନ୍ୟ(୦) ଡିଗ୍ରୀ ସେଲସିୟସକୁ ଖସି ଯାଇଛି । ସେହିପରି ବୁଧବାର ରାତିରେ ଜି. ଉଦୟଗିରୀରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ରୋକର୍ଡ଼ ହୋଇଥିବା ବେଳେ ପ୍ରାୟ ୧୬ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ସେମିଳିଗୁଡ଼ା(୫.୭), ଫୁଲବାଣୀ(୬.୬), କିରେଇ(୬.୬), କୋରାପୁଟ(୭.୬), ଅନୁଗୋଳ ଓ ଦରିଙ୍ଗବାଡ଼ି(୮), ସୁନ୍ଦରଗଡ଼(୮.୬), ଭବାନୀପାଟଣା, ଝାରସୁଡ଼ା ଓ ନବରଙ୍ଗପୁରରେ (୯), ରାଣୀତାଲ(୯.୧), ସୁବର୍ଣ୍ଣପୁର(୯.୭) ଏବଂ ବଲାଙ୍ଗିରରେ ୧୦ ଡିଗ୍ରୀ ରହିଛି । ଏହା ସହ ଭୁବନେଶ୍ୱରରେ ୧୨.୪ ଏବଂ କଟକରେ ୧୨.୮ ଡିଗ୍ରୀ ରେକର୍ଡ଼ କରାଯାଇଛି । ସେହିପରି ଉକୂଳ, ଉତ୍ତର ଓ ଅଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡ଼ି ଅନୁଭୂତ ହେବା ନେଇ ୨୩ ତାରିଖ ପାଇଁ ୧୦ ଟି ଜିଲ୍ଲା ଯଥା ସୁନ୍ଦରଗଡ଼, କେନ୍ଦଝର, ଅନୁଗୁଳ, ଢ଼େଙ୍କାନାଳ, କଟକ, ଯାଜପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Get real time updates directly on you device, subscribe now.