fbpx

(Video)ଏସି, ୱାଟର କୁଲର, ବିଳାସପୂର୍ଣ୍ଣ କୋଠରୀ… ମାଟି ତେଳେ ରହିଛି ହମାସର ଏଭଳି ଦୁନିଆ

ନୂଆଦିଲ୍ଲୀ: ପ୍ରାୟ ବିଗତ ୩ ମାସ ଧରି ଇସ୍ରାଏଲ ଏବଂ ହମାସ ଯୁଦ୍ଧ ଜାରି ରହିଛି । ଇସ୍ରାଏଲ ଦ୍ୱାରା କରାଯାଉଥିବା ମିଲିଟାରୀ ଅପରେଶନ ଏବଂ ଏୟାରଷ୍ଟ୍ରାଇକ ଦ୍ୱାରା ଆତଙ୍କବାଦୀଙ୍କ ସମେତ ଅନେକ ସାଧାରଣ ଜନତା ମଧ୍ୟ ମୃତ୍ୟୁବରଣ କରୁଛନ୍ତି । ଗୋଟେ ପଟେ ଅନେକ ଦେଶ ଗାଜାରେ ଯୁଦ୍ଧ ବିରାମ ପାଇଁ ଅପିଲ କରିଥିବା ବେଳେ ଅନ୍ୟପକ୍ଷରେ ଇସ୍ରାଏଲ ଡିଫେନ୍ସ ଫୋର୍ସ ଗାଜାରେ ନିଗର ମିଲିଟାରୀ ଅପରେଶନ ତୀବ୍ର କରିଛି । ତେବେ ଏହା ମଧ୍ୟରେ ଇସ୍ରାଏଲ ସେନା ମାଟି ତଳେ ଖୋଳା ହୋଇଥିବା ସୁଡ଼ଙ୍ଗ ମଧ୍ୟରେ ତିଆରି ହୋଇଥିବା ହମାସର ହେଡ଼କ୍ୱାର୍ଟରର ଏକ ଭିଡିଓ ଶେୟାର କରିଛି ।

ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଦ୍ୱାରା ସେୟାର କରାଯାଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ କିପରି ଭାବରେ ହମାସ ସୁନିୟୋଜିତ ଭାବରେ ସୁଡ଼ଙ୍ଗ ଭିତରେ ସମସ୍ତଙ୍କ ଆଖି ଆଢ଼ୁଆଳରେ ଏକ ଦୁନିଆ ପ୍ରସ୍ତୁତ କରିଛି । ତେବେ ଅକ୍ଟୋବର ୭ ତାରିଖରେ ହୋଇଥିବା ଆକ୍ରମଣ ପୂର୍ବରୁ ହମାସ ଜାଣିଥିଲା ଯେ ଇସ୍ରାଏଲ ନିଶ୍ଚିତ ଭାବରେ ଏହାର ପ୍ରତିଶୋଧ ନେବ। ତେଣୁ ଇସ୍ରାଏଲ୍ ସେନାର ବିସ୍ଫୋରଣ ଏବଂ ରକେଟ୍ ଆକ୍ରମଣରୁ ରକ୍ଷା ପାଇବା ପାଇଁ ହମାସ୍ ଏହାର ମୁଖ୍ୟାଳୟକୁ ମାଟି ତଳେ ନିର୍ମିତ ଟନେଲରେ ନିର୍ମାଣ କରିଥିଲା। ଏଥିରେ ସମସ୍ତ ବିଳାସପୂର୍ଣ୍ଣ ବ୍ୟବସ୍ଥା ଏବଂ ସୁବିଧା ଅଛି ଯାହା ଗାଜାର ସାଧାରଣ ଲୋକଙ୍କ ପାଖରେ ମଧ୍ୟ ନାହିଁ ।

ସୁଡ଼ଙ୍ଗ ଭିତରେ ତିଆରି ହୋଇଥିବା ଏହି କାର୍ଯ୍ୟାଳୟରେ ସେମାନଙ୍କର ସବୁ ଅତ୍ୟାବଶ୍ୟକ ଜିନିଷ ସଜା ହୋଇ ରହିଛି । ସେଠାରେ ଏସି, ୱାଟର କୁଲର, ବିଳାସମୟ ଟଇଲେଟ, ବାଥରୁମ, ଏୟାରଟ୍ୟାଙ୍କ ଏବଂ ଅନ୍ୟାନ୍ୟ ବିଳାସମୟ ଜିନିଷ ସବୁ ପ୍ରସ୍ତୁତ ହେଶି ରହିଛି । ଏହା ସହିତ ଭାରି ମାତ୍ରାରେ ଗୋଳା ବାରୁଦ ମଧ୍ୟ ଏଠାରେ ସାଇତା ହୋଇ ରହିଛି । ଏହା ସହିତ ସୁଡ଼ଙ୍ଗ ଭିତରେ ବିଜୁଳିର ମଧ୍ୟ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି ।

ତେବେ ଏହା ପୂର୍ବରୁ ମଧ୍ୟ ଇସ୍ରାଏଲ ଆଉ ଏକ ଭିଡିଓ ଜାରି କରିଥିଲା ଯେଉଁଥିରେ ଏପରି ଏକ ସୁଡ଼ଙ୍ଗ ଦେଖିବାକୁ ମିଳିଥିଲା । ଏହି ସୁଡ଼ଙ୍ଗରେ ଏକ କାର ଯାଉଥିବା ଭିଡିଓରେ ଦେଖିବାକୁ ମିଳିଥିଲା ଯେଉଁଥିରେ ଦୁଇଜଣ ବ୍ୟକ୍ତି ବସିଥିଲେ । ତେବେ ଏହି କାର ହମାସ ମୁଖ୍ୟଙ୍କର ବୋଲି ଇସ୍ରାଏଲ ଦାବି କରିଥିଲା ।

ଅନ୍ୟପକ୍ଷରେ ଆଇଡିଏଫ ଏହି ଟନେଲକୁ ସେମାନେ ଗାଜାର ଲୋକମାନଙ୍କୁ ଡାକ୍ତରଖାନା ନେବା ପାଇଁ ବ୍ୟବହାର କରୁଥିବା କହିଛି । କିନ୍ତୁ ପରେ ହମାସ ଆତଙ୍କବାଦୀମାନେ ଏହା ଉପରେ କବଜା କରି ଏହାକୁ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବ୍ୟବହାର କରିଥିବା ଜଣାପଡ଼ିଛି । ଏହି ସୁଡ଼ଙ୍ଗ ସେମାନଙ୍କ ପାଇଁ ବଙ୍କର ପରି କାର୍ଯ୍ୟ କରିଥାଏ । ସେକାନେ ଏହି ସୁଡ଼ଙ୍ଗ ମଧ୍ୟରେ ଲୁଚି ଇସ୍ରାଏଲ ସେନା ଉପରକୁ ଗରିଲା ଆକ୍ରମଣ କରିଥାନ୍ତି ବୋଲି କହିଛି ଆଇଡିଏଫ ।

Get real time updates directly on you device, subscribe now.