fbpx

ଏହି ଆକ୍ଟର ମନ୍ଦିରରେ କଲେ ୩ୟ ବିବାହ, ପୁଅ ହେଲା ସାମିଲ, ଭିଡ଼ିଓ ଭାଇରାଲ…

ମୁମ୍ବାଇ: ନିକଟରେ ସଲମାନ ଖାନଙ୍କ ସାନ ଭାଇ ଅରବାଜ୍ ଖାନ ଦ୍ୱିତୀୟ ବିବାହ କରିଛନ୍ତି । ଅରବାଜ୍ ନିଜ ସାନ ଭଉଣୀ ଅର୍ପିତା ଖାନଙ୍କ ଘରେ ସୀମିତ ବନ୍ଧୁବାନ୍ଧବଙ୍କ ଗହଣରେ ଏହି ବିବାହ ଉତ୍ସବ ଆୟୋଜିତ ହୋଇଥିଲା । ବର୍ତ୍ତମାନ ଆଉ ଜଣେ ଅଭିନେତାଙ୍କ ୩ୟ ବିବାହ ଖବର ଚର୍ଚ୍ଚାର ବିଷୟ ପାଲଟିଛି । ସେସିଆଲ ମିଡ଼ିଆରେ ଫ୍ୟାନ୍ସମାନଙ୍କ ସହ ନିଜ ବିବାହ ଫଟୋ ଶେୟାର ମଧ୍ୟ କରିଛନ୍ତି ।

ଏହି ଲୋକପ୍ର୍ରିୟ ବଲିଉଡ଼ ଆକ୍ଟର ଜଣଙ୍କ ହେଉଛନ୍ତି ରୋନିତ ରୟ । ରୋନିତ ସବୁବେଳେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି । ବର୍ତ୍ତମାନ ତାଙ୍କୁ ୫୮ ବର୍ଷ ତଥାପି ସେ ୩ୟ ବିବାହ କରିଛନ୍ତି । ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ । ସେ ଅନ୍ୟ କାହାକୁ ନୁହେଁ ବରଂ ନିଜ ପତ୍ନୀଙ୍କ ସହ ପୁନଃ ବିବାହ କରିଛନ୍ତି । ସେ ନୀଲମ ବୋଷଙ୍କ ସହ ୨ୟ ବିବାହ କରିଥିଲେ । ତେବେ ଦୁହେଁ ନିଜର ୨୦ତମ ବିବାହ ବାର୍ଷିକୀକୁ ନିଆରେ ଭାବରେ ପାଳନ କରିଛନ୍ତି । ରୋନିତ ନୀଲମଙ୍କ ସହ ୩ୟ ବିବାହ କରିଛନ୍ତି । ଗୋଆର ଏକ ମନ୍ଦିରରେ ସାଧାସିଧା ଢ଼ଙ୍ଗରେ ହୋଇଥିବା ଏହି ବିବାହ ଉତ୍ସବରେ ତାଙ୍କର ୧୬ ବର୍ଷୀୟ ପୁଅ ମଧ୍ୟ ସାମିଲ ହୋଇଥିଲା ।

 

View this post on Instagram

 

A post shared by Ronit Roy (@ronitboseroy)

Get real time updates directly on you device, subscribe now.