fbpx

ପଦରୁ ଇସ୍ତଫା ଦେଲେ କୈଲାସ ବିଜୟବର୍ଗୀୟ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବହୁମତ ହାସଲ କରିବା ପରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଯାଦବ ଶପଥ ଗ୍ରହଣ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ସାଧାରଣ ସମ୍ପାଦକ କୈଲାସ ବିଜୟବର୍ଗୀୟ, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପରି ବହୁ ହେଭିୱେଟ୍ ସିଏମ୍ ପଦ ପାଇଁ ଦାବିଦାର ରହିଥିବା ବେଳେ ବିଜେପି ମୋହନଙ୍କ ନାମ ଘୋଷଣା କରି ସମସ୍ତଙ୍କୁ ଚକମା ଦେଇଥିଲା ।

ତେବେ ଏହା ମଧ୍ୟରେ ମଧ୍ୟପ୍ରଦେଶ ରାଜନୀତିରୁ ଆସିଛି ଏକ ବଡ଼ ଖବର । ବରିଷ୍ଠ ନେତା କୈଲାସ ବିଜୟବର୍ଗୀୟ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କୁ ସାକ୍ଷାତ କରିବା ପରେ କୈଲାସ ଇସ୍ତଫା ଦେଇଥିବା ଜଣାପଡ଼ିଛି । ‘ଜଣେ ବ୍ୟକ୍ତି ଗୋଟିଏ ପଦ’ ଫର୍ମୂଲାକୁ ଆଧାର କରି କୈଲାସ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି । ଏନେଇ କୈଲାସ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଏନେଇ ଏକ ପୋଷ୍ଟ ଶେୟାର କରିଛନ୍ତି ।

ଏନେଇ କୈଲାସ କହିଛନ୍ତି, ଦଳର ‘ଜଣେ ବ୍ୟକ୍ତି ଗୋଟିଏ ପଦ’ ସିଦ୍ଧାନ୍ତକୁ ଆଧାର କରି ମୁଁ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଛି । ଦୀର୍ଘ ୯ ବର୍ଷ ଧରି ଅମିତ ଶାହ ଓ ଶ୍ରୀ ନଡ୍ଡାଙ୍କ ମାର୍ଗଦର୍ଶନରେ ବିଭିନ୍ନ ସଂଗଠନରେ କାର୍ଯ୍ୟ କରିବା ମୋ ପାଇଁ ବଡ଼ ସୌଭାଗ୍ୟର କଥା । ଦଳ ମୋତେ ମଧ୍ୟପ୍ରଦେଶରେ ଏକ ନୂଆ ଦାୟିତ୍ୱ ଦେଇଛି । ୨୦୪୭ ସୁଦ୍ଧା ଭାରତ ବିଶ୍ୱର ଏକ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ ହେବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସଂକଳ୍ପ ରହିଛି । ତେଣୁ ସେହି ଦିଗରେ ମଧ୍ୟପ୍ରଦେଶକୁ ଏକ ଶକ୍ତିଶାଳୀ ରାଜ୍ୟ ଭାବେ ଗଢ଼ିତୋଳିବା ପାଇଁ ମୁଁ ମୋଦୀ, ନଡ୍ଡା ଓ ଶାହଙ୍କ ପରାମର୍ଶରେ ମୁଁ କାର୍ଯ୍ୟ ଜାରି ରଖିବି ।’

Get real time updates directly on you device, subscribe now.