ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୪ ଫେବୃଆରୀ ୨୦୨୪ ରେ ସଂସଦରେ ମଧ୍ୟବର୍ତ୍ତୀ ବଜେଟ୍ ୨୦୨୪ ଉପସ୍ଥାପନ କରିବାକୁ ଯାଉଛନ୍ତି । ଏହା ନିର୍ବାଚନ ବର୍ଷ ହୋଇଥିବାରୁ ଫେବୃଆରୀରେ ସମ୍ପୂର୍ଣ୍ଣ ବଜେଟ୍ ଉପସ୍ଥାପିତ ହେବ ନାହିଁ ।
ପ୍ରତିବର୍ଷ ବଜେଟ୍ ଉପସ୍ଥାପନ କରିବା ପୂର୍ବରୁ ଆର୍ଥିକ ସର୍ଭେ ଜାରି ହୋଇଥାଏ । ଯାହା କେନ୍ଦ୍ର ସରକାରଙ୍କ ଅଫିସିଆଲ୍ ରିପୋର୍ଟ କାର୍ଡ ଭାବରେ ମଧ୍ୟ ବିବେଚନା କରାଯାଏ, ଏହା ଦେଶର ଅର୍ଥବ୍ୟବସ୍ଥା ପାଇଁ ଏକ ରୋଡ୍ ମ୍ୟାପ୍ ହୋଇଥାଏ । ଆଗକୁ ରାସ୍ତା ଦେଖାଏ । ଅର୍ଥନୈତିକ ସର୍ବେକ୍ଷଣ ଏକ ଆର୍ôଥକ ବର୍ଷରେ ସାରା ଦେଶରେ ବାର୍ଷିକ ଅର୍ଥନୀତି ଅଭିବୃଦ୍ଧିର ଏକ ସାରାଂଶ ହୋଇଥାଏ ।
ଆର୍ଥିକ ସର୍ଭେର ଗୁରୁତ୍ୱ :-
ବାର୍ଷିକ ଆର୍ଥିକ ସର୍ଭେ ଭିତ୍ତିଭୂମି, କୃଷି ଏବଂ ଶିଳ୍ପ ଉତ୍ପାଦନ, ନିଯୁକ୍ତି, ମୁଦ୍ରାସ୍ଫୀତି, ଆମଦାନୀ, ରପ୍ତାନି, ଅର୍ଥ ଯୋଗାଣ, ବୈଦେଶିକ ମୁଦ୍ରା ସଂରକ୍ଷଣ ଏବଂ ଭାରତୀୟ ଅର୍ଥନୀତି ଏବଂ ବଜେଟକୁ ପ୍ରଭାବିତ କରୁଥିବା ଅନ୍ୟାନ୍ୟ କାରଣଗୁଡିକର ବିଶ୍ଳେଷଣ କରିଥାଏ । ଏହି ସର୍ଭେରେ ଅର୍ଥନୈତିକ ଅଭିବୃଦ୍ଧିର ପୂର୍ବାନୁମାନ ମଧ୍ୟ ଉପସ୍ଥାପିତ ହୋଇଥାଏ, ଯାହା ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଇବ କିମ୍ବା ମନ୍ଥର ହେବ ବୋଲି ଯୁକ୍ତିଯୁକ୍ତ ଏବଂ ବିସ୍ତୃତ କାରଣ ପ୍ରଦାନ କରିଥାଏ । ବେଳେବେଳେ ଏହା କିଛି ନିର୍ଦ୍ଦିଷ୍ଟ ସୁଧାର ପଦକ୍ଷେପ ପାଇଁ ମଧ୍ୟ ତର୍କ କରିଥାଏ । ଅର୍ଥନୈତିକ ସର୍ଭେ ସଂସଦରେ କେନ୍ଦ୍ର ବଜେଟ୍ ପୂର୍ବରୁ ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଉପସ୍ଥାପିତ ହୁଏ । ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ) ଙ୍କ ଅନୁପସ୍ଥିତିରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଏବଂ ଅନ୍ୟ ଅଧିକାରୀଙ୍କ ଦ୍ୱାରା ଏହା ପ୍ରସ୍ତୁତ ହୁଏ ।
ଆର୍ଥିକ ସର୍ଭେର ଇତିହାସ :-
ପ୍ରଥମ ଆର୍ଥିକ ସର୍ଭେ ୧୯୫୦-୫୧ ରେ ଅସ୍ତିତ୍ୱରେ ଆସିଥିଲା । ସେବେ ଏହା ବଜେଟ୍ ଡକ୍ୟୁମେଣ୍ଟଗୁଡିକର ଏକ ଅଂଶ ଭାବରେ ବ୍ୟବହାର କରାଯାଉଥିଲା । ୧୯୬୦ ଦଶକରେ ଏହା ବଜେଟ୍ ଡକ୍ୟୁମେଣ୍ଟ୍ ଠାରୁ ଅଲଗା ହୋଇ କେନ୍ଦ୍ର ବଜେଟର ଗୋଟିଏ ଦିନ ପୂର୍ବରୁ ଉପସ୍ଥାପିତ ହେବା ଆରମ୍ଭ ହୋଇଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଶେଷତା ଯାହା ଉପରେ ସବୁଠାରୁ ଅଧିକ ଧ୍ୟାନ ଦିଆଯାଏ, ତାହା ଏହାର କେନ୍ଦ୍ରୀୟ ଥିମ୍ । ଗତ ବର୍ଷର କେନ୍ଦ୍ରୀୟ ବିଷୟବସ୍ତୁ ଥିଲା ‘ଆଜିଲ୍ ଆପ୍ରୋଚ୍’, ଯାହାକି କୋଭିଡ-୧୯ ମହାମାରୀର ଝଟକାରେ ଭାରତର ଆର୍ôଥକ ପ୍ରତିକ୍ରିୟା ଉପରେ ଗୁରୁତ୍ୱାରୋପ କରିଥିଲା । ଅର୍ଥନୈତିକ ସର୍ଭେ ୨୦୨୨ ର ପ୍ରାରମ୍ଭରେ କୁହାଯାଇଛି ଯେ ଆଜିଲ୍ ପଦ୍ଧତି ଫିଡବ୍ୟାକ୍ ଲୁପ୍, ପ୍ରକୃତ ଫଳାଫଳର ରିଅଲ୍ ଟାଇମ୍ ମନିଟରିଂ, ନମନୀୟ ପ୍ରତିକ୍ରିୟା, ସୁରକ୍ଷା-ନେଟ ବଫର୍ ଇତ୍ୟାଦି ଉପରେ ଆଧାରିତ । ଆଞ୍ଚଳିକ ଅଧ୍ୟାୟ ସହିତ, ସର୍ଭେ ଡକ୍ୟୁମେଣ୍ଟରେ ନୂତନ ଆବଶ୍ୟକତା ଭିତ୍ତିକ ଅଧ୍ୟାୟ ମଧ୍ୟ ଯୋଡିଛି ଯାହାକୁ ସମାଧାନ କରାଯିବା ଆବଶ୍ୟକ ।