fbpx

ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ଭୋଳକୁ ଏନକାଉଣ୍ଟର: ଗୋଟିଏ ଦିନରେ ଓଡିଶା ପୋଲିସର ଡବଲ ଆକ୍ସନ

AAKASH

ଓଡିଶା ଭାସ୍କର; ଦୁର୍ଦ୍ଦାନ୍ତ ଅପରାଧୀ କାଳୁ ଭୋଳକୁ ଏନକାଉଣ୍ଟର। ସତ୍ୟବାଦୀ ସୁଆଣ୍ଡୋ ଗ୍ରାମ ସାଗରସ୍ନାନ ମେଲଣ ପଡିଆ ଠାରେ ସତ୍ୟବାଦୀ ଥାନା ପୋଲିସ କାଳୁକୁ ଏନକାଉଣ୍ଟର କରିଥିବା ଜଣାପଡିଛି। ତେବେ ପୋଲିସର ଗୁଳି କାଳୁର ଗୋଡ଼ରେ ବାଜିଥିବା ଦେଖିବାକୁ ମିଳିଛି। ଏହାପରେ ଗୁରୁତର ଅବସ୍ଥାରେ ପୋଲିସ ତାକୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ଏହି ଦୁର୍ଦ୍ଦାନ୍ତ ଅପରାଧୀ ନାମରେ ୧୮ରୁ ଅଧିକ ଅପରାଧିକ ମାମଲା ଥିବା ଜଣାପଡିଛି।

ଅନ୍ୟପଟେ ଆଜି ଭୁବନେଶ୍ୱରରେ ମଧ୍ୟ ଏକ ଏନ୍‌କାଉଣ୍ଟର ହୋଇଥିବା ଦେଖିବାକୁ ମିଳିଥିଲା। କୁଖ୍ୟାତ ଅପରାଧୀ ରଘୁ ବିଶ୍ୱାଳକୁ ଏନ୍‌କାଉଣ୍ଟର କରିଥିଲା ମଞ୍ଚେଶ୍ୱର ଥାନା ପୋଲିସ। କାଳୁ ପରି ରଘୁର ବାମ ଗୋଡ଼ରେ ଗୁଳି ବାଜିଥିବାବେଳେ, ତାକୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ରଘୁ ନିକଟରୁ ବନ୍ଧୁକ ଜବତ କରିଛି ମଞ୍ଚେଶ୍ୱର ଥାନା ପୋଲିସ। ସୂଚନା ମୁତାବକ, ପେଟ୍ରୋଲିଂ ବେଳେ ରଘୁ ଓ ତାର ସହଯୋଗୀକୁ ପିଛା କରିଥିଲା ପୋଲିସ। ସେହି ପିଛା କରିବା ସମୟରେ ପୋଲିସ ଉପରକୁ ଗୁଳି ଚଳାଇଥିଲା ରଘୁ। ତେବେ ପୋଲିସର ପାଲଟା ଗୁଳିମାଡ଼ରେ ଆହତ ହୋଇଥିଲା ରଘୁ। ରଘୁ ନାଁରେ ୧୫ଟି ଥାନାରେ ଡକାୟତି ସହ ରାହାଜାନି ମାମଲା ରହିଛି।

 

Get real time updates directly on you device, subscribe now.