(video)‘ମୋ ପାଇଁ କିଛି ଖାଇବାକୁ ଆଣିଛ? ନ ହେଲେ ଚା’ ତ ପିଆଅ,’ ଅଯୋଧ୍ୟାରେ ସ୍କୁଲ ପିଲାଙ୍କୁ ଭେଟିି ଏପରି କହିଲେ ମୋଦୀ

ଅଯୋଧ୍ୟା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଗବାନ ରାମଙ୍କ ନଗରୀ ଅଯୋଧ୍ୟାରେ ଆଜି ବହୁ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଅଯୋଧ୍ୟା ଧାମ ରେଳଷ୍ଟେସନ ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ୨ ଅମୃତ ଭାରତ ଓ ୬ ବନ୍ଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇଛନ୍ତି । ଏହି ସମୟରେ ସେ ବନ୍ଦେ ଭାରତ ଟ୍ରେନରେ ବସିଥିବା କିଛି ସ୍କୁଲ ଛାତ୍ରଙ୍କୁ ଭେଟିଥିଲେ । ପିଲାଙ୍କ ସହ ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥିଲା । ସେ ପିଲାଙ୍କ ସହ ହସ ମଜା କରୁଥିବାର ନଜର ଆସିଥିଲେ । ଯେତେବେଳେ ପିଲାମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ତାଙ୍କୁ ଦେଖାଇଥିଲେ ସେତେବେଳେ ପ୍ରଧାନମନ୍ତ୍ରୀ କହିଥିଲେ ଏହି ଫଟୋରେ ମୁଁ ରାଗରେ ଥିବା ପରି ଦେଖାଯାଉଛି ।

ଅମୃତ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇବା ପରେ ପ୍ରଧାନମନ୍ତ୍ରୀ ଟ୍ରେନରେ ଥିବା ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ପିଲାମାନେ ଏକ ଫଟୋ ଦେଖାଇଥିଲେ । ଏହା ଉପରେ ପ୍ରଧାନମନ୍ତ୍ରୀ କହିଥିଲେ ଫଟୋ ତ ଭଲ ଅଛି କିନ୍ତୁ ମୁଁ ଏଥିରେ ରାଗି ଥିବାର ଦେଖାଯାଉଛି । ଏହାପରେ ପ୍ରଧାନମନ୍ତ୍ରୀ ପିଲାଙ୍କୁ କହୁଛନ୍ତି , ‘ଟିକେ ଚା’ ତ ପିଇବାକୁ ଦିଅ, ମୋ ପାଇଁ କିଛି ଖାଇବାକୁ କ’ଣ ଆଣିନ’ ? ଟ୍ରେନ୍‌ରେ ଏହି ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଉପସ୍ଥିତ ଥିଲେ ।