ଓଡ଼ିଶା ଭାସ୍କର: ପକ୍ଷୀ ଭିତରେ ସବୁଠୁ ଚତୁର ପକ୍ଷୀ ହେଉଛି କୁଆ । ବୈଜ୍ଞାନିକମାନେ କୁଆର ବୁଦ୍ଧିକୁ ସାତ ବର୍ଷର ମଣିଷ ପିଲା ସହ ତୁଳନା କରନ୍ତି । ମନେ ପଡ଼େ ପିଲା ବେଳର ‘ଚତୁର କୁଆ’ ଗପ, ଯିଏ ଏକ ଅଳ୍ପ ପାଣିଥିବା ମାଠିଆକୁ ଢେଲାରେ ଭର୍ତ୍ତି କରି ତା’ର ତୃଷ୍ଣା ମେଣ୍ଟାଉଥିଲା। ପାଣି ଉପରକୁ ଆସିବାରୁ ପାଣି ପିଇବାରେ ସକ୍ଷମ ହୋଇଥିଲା । ଏଥର ଏହି କାହାଣୀକୁ ଏବେ କ୍ୟାମେରାରେ ରେକର୍ଡ କରାଯାଇଛି ଏବଂ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବହୁତ ଲୋକପ୍ରିୟତା ହାସଲ କରିଛି ।
बचपन में किताबों में पढ़ा था, आज सच में देख भी रहा हूं।।🥹https://t.co/YxgEdYMC7c pic.twitter.com/tpmR0tVq1U
— Raushan Raj Rajput (@RaushanRRajput) December 30, 2023