ମୁମ୍ବାଇ: ବଲିଉଡ଼ର ମିଷ୍ଟର ପରଫେକ୍ଟନିଷ୍ଟ ଭାବେ ଜଣାଶୁଣା ଆମୀର ଖାନଙ୍କ ଲାଡଲୀ ଆୟରା ଖାନ୍(Ira Khan) ବିବାହ କରିବେ । ଦୀର୍ଘ ଦିନରୁ ଡେଟିଂ କରୁଥିବା ତାଙ୍କ ବୟଫ୍ରେଣ୍ଡ ନୂପୁର ଶିଖରେ(Nupur Sikhare)ଙ୍କ ସହ ଆଜି ପବିତ୍ର ବନ୍ଧନରେ ବାନ୍ଧି ହେବେ । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଗତକାଲି ଠାରୁ ମେହେନ୍ଦୀ ଏବଂ ହଳଦୀ କାର୍ଯ୍ୟକ୍ରମ ହୋଇଥିଲା । ଏହି ପ୍ରି ୱେଡ଼ିଂ ସେରିମନିରେ ଆମୀରଙ୍କ ଦୁଇ ପତ୍ନୀ କିରଣ ରାଓ ଏବଂ ରୀନା ଦତ୍ତ ଉପସ୍ଥିତ ଥିଲେ । ସୀମିତ ପରିବାର ଏବଂ ସାଙ୍ଗସାଥିଙ୍କ ଗହଣରେ ଏହି ବିବାହ ଉତ୍ସବ ଆୟୋଜିତ ହେବ । ତେବେ ଦୁହେଁ ମହାରାଷ୍ଟ୍ରୀୟ ଲୁକରେ ବିବାହ କରିବା ନେଇ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି ଆୟରା ।
ଆୟରା ଖାନ୍ ଏବଂ ନୂପୁର ଶିଖରେଙ୍କ ବିବାହରେ ଯୋଗ ଦେଉଥିବା ଅତିଥିମାନଙ୍କ ପାଇଁ ଏକ ନିୟମ ରହିଛି । ଏହି ନିୟମ ସ୍ୱତନ୍ତ୍ର ଅଟେ । ଏଥିରେ ‘ନୋ ଗିଫ୍ଟ ପଲିସି’ ରହିବ । ଏହି ‘ନୋ ଗିଫ୍ଟ ପଲିସି’ ପଛରେ ରହିଛି ସୁନ୍ଦର ଚିନ୍ତାଧାରା ମ୍ନୂତନ ଦମ୍ପତ୍ତିଙ୍କୁ ବିବାହରେ ଉପହାର ଦେବା ପରିବର୍ତ୍ତେ ଏନଜିଓରେ ଦାନ କରିବା ପାଇଁ କୁହାଯାଇଛି । ରିପୋର୍ଟରୁ ପ୍ରକାଶ ଯେ ଆମୀର ଖାନ୍ ବିବାହରେ ଉପହାର ନେବାକୁ ମନା କରିଦେଇଛନ୍ତି । ସେ କହିଛନ୍ତି ଯେ ଉପହାର ଦେବା ପରିବର୍ତ୍ତେ ଆର୍ଶୀବାଦ ଦିଅନ୍ତୁ ।