କେଉଁ ଦିଗକୁ ମୁହଁ କରି ଖାଇବା ଶୁଭ? ଜାଣନ୍ତୁ

ବ୍ୟସ୍ତ ବହୁଳ ଜୀବନରେ ଲୋକମାନେ ଖାଇବା ସମୟରେ ଦିଗ ପ୍ରତି ଏତେ ଧ୍ୟାନ୍ ଦିଅନ୍ତି ନାହିଁ । କିନ୍ତୁ ଖାଇବା ସମୟରେ ଦିଗ ପ୍ରତି ଧ୍ୟନ ରଖିଲେ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତ ହେବାର ଯୋଗ ରହିଛି । ତେବେ ଚାଲନ୍ତୁ ଜାଣିବା କେଉଁ ଦିଗରେ ବସି ଖାଇବା ଉଚିତ୍..

ଯଦି ଆପଣ ସୁସ୍ଥ ଜୀବନଯାପନ ଚାହୁଁଛନ୍ତି, ତେବେ ଖାଦ୍ୟଗ୍ରହଣ କରିବା ପୂର୍ବରୁ ଦେବତା ଓ ଅନ୍ନପୂର୍ଣ୍ଣା ମାତାଙ୍କୁ ଧନ୍ୟବାଦ ଦିଅନ୍ତୁ । ଖାଦ୍ୟକୁ କଦାପି ଘୃଣା କରନ୍ତୁ ନାହିଁ । ସର୍ବଦା ପୂର୍ବ ଦିଗକୁ ମୁହଁ କରି ଖାଦ୍ୟ ଗ୍ରହଣ କରନ୍ତୁ । ଏହି ଦିଗରେ ଖାଇବା ଦ୍ୱାରା ଶୁଭ ବୋଲି କୁହାଯାଏ । ଏପରି କରିବା ଦ୍ୱାରା ସ୍ୱାସ୍ଥ୍ୟକୁ ଲାଭ ମିଳିବା ସହ ଭଗବାନଙ୍କ କୃପା ମିଳିଥାଏ । ପୂର୍ବ ଦିଗକୁ ମୁହଁ କରି ଖାଇବା ଦ୍ୱାରା ଆୟୁଷ ମଧ୍ୟ ବଢିଥାଏ ।

Get real time updates directly on you device, subscribe now.