fbpx
BJD
BJD SKY
BJD SKY

(Video)ଟ୍ରେନରେ କାହିଁକି ଓହଳିଛନ୍ତି ଭାଇ? ଘଟଣା ଜାଣିବା ପରେ ଆପଣ ହସି ହସି ବେଦମ ହୋଇଯିବେ

BJD

ଓଡିଶା ଭାସ୍କର: ଟ୍ରେନରୁ ଚୋରି ହେବା ଏକ ସାଧାରଣ କଥା। କାରଣ ଟ୍ରେନ ଭଳି ବ୍ୟସ୍ତବହୁଳ ସ୍ଥାନଗୁଡିକ ହେଉଛି ଚୋରଙ୍କ ଆଡାସ୍ଥଳୀ। ଏହି ସ୍ଥାନରେ ଆଖି ପିଛୁଳାକେ ଆପଣଙ୍କ ଜିନିଷ ଚୋରି ହୋଇପାରେ। ଏଣୁ ଆପଣ ଟ୍ରେନରେ ଯାତ୍ରା କରିବା ସମୟରେ ସତର୍କ ରହିବାକୁ ପଡିବ। ତେବେ ଟ୍ରେନରୁ ଚୋରି ହେବା ବେଳର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି। ଏହି ଭିଡିଓକୁ ଦର୍ଶକ ମାନେ ବହୁ ମାତ୍ରାରେ ସେୟାର କରୁଛନ୍ତି। ତେବେ ଉକ୍ତ ଭିଡିଓକୁ ଦେଖିବା ମାତ୍ରେ ଯେ କେହି ବି ହସି ହସି ବେଦମ ହୋଇଯିବେ।

ସୂଚନା ଅନୁଯାୟୀ, ଜଣେ ଚୋର ଟ୍ରେନ୍ ଝରକା ବାଟେ ମୋବାଇଲ ଚୋରି କରୁଥିବାବେଳେ ସେ ଯାତ୍ରୀଙ୍କ ହାତରେ ଧରା ପଡିଯାଇଥିଲା। ଏହା ପରେ ଯାତ୍ରୀ ଜଣଙ୍କ ସେହି ଚୋରକୁ ଉଚିତ୍‌ ଶିକ୍ଷା ଦେଇଥିଲେ। ପାଖାପାଖି ୧ କିଲୋମିଟର ପର୍ୟ୍ୟନ୍ତ ଯାତ୍ରୀ ଜଣଙ୍କ ଚୋରକୁ ଟ୍ରେନ ଝରକା ବାଟେ ଓହଳାଇ ରଖିଥିଲେ। ଯାହାର ଭିଡିଓ ଭାଇରାଲ ହେଉଛି। ଏହି ଘଟଣାଟି ବିହାରର ଭାଗଲପୁର ଅଞ୍ଚଳରେ ଘଟିଛି ବୋଲି ଜଣାପଡିଛି। ଭିଡିଓର କ୍ୟାପସନ ଅନୁଯାୟୀ, ଚୋର ଜଣଙ୍କ ଚଳନ୍ତା ଟ୍ରେନରୁ ମୋବାଇଲ ଚୋରି କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବଗି ଭିତରେ ବସିଥିବା ଯାତ୍ରୀ ଚୋରର ହାତକୁ ଧରିପକାଇଥିଲେ ଯାହା ଫଳରେ ସେ ଝରକା ପାଖରେ ଝୁଲି ରହିଥିଲେ।

ଆପଣଙ୍କର ପ୍ରାୟ ମନେଥିବ, ୨୦୨୨ ମସିହାରେ ଏହିପରି ଏକ ସମାନ ଘଟଣା ସାମ୍ନାକୁ ଆସିଥିଲା। ବିହାରର ଜଣେ ଚୋର ସାହେବପୁର କମଲ ଷ୍ଟେସନରେ ଅଟକ ଥିବା ଏକ ଟ୍ରେନ ଝରକା ବାଟେ ଯାତ୍ରୀଙ୍କ ଫୋନ୍ ଛଡ଼ାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ଯାତ୍ରୀ ଜଣଙ୍କ ଚୋରର ହାତକୁ ଟ୍ରେନ ଝରକା ବାଟେ ଧରିପକାଇବା ସହ ପାଖାପାଖି ୧୦ କିମି ପର୍ୟ୍ୟନ୍ତ ଓହଳି ରଖିଥିଲେ।

Get real time updates directly on you device, subscribe now.