fbpx

ଦିବ୍ୟାଙ୍ଗଙ୍କ ଲାଗି ବଡ ଖୁସି ଖବର, ମସ୍କଙ୍କ କମ୍ପାନୀ ପ୍ରସ୍ତୁତ ଚିପ୍ ଦେଇପାରିବ ସ୍ୱଭାବିକ ଜୀବନ

ନୂଆଦିଲ୍ଲୀ: ଏଲନ ମସ୍କଙ୍କ କମ୍ପାନୀ ଏକ ବଡ ସଫଳତା ହାସଲ କରିଛି । ମଣିଷର ମସ୍ତିଷ୍କରେ ଏଲନ ମସ୍କ ସଫଳତାପୂର୍ବକ ଚିପ୍ ସଂଯୋଗ କରିଛନ୍ତି । ଏହାର ଫାଇଦା ମଧ୍ୟ ମିଳିବାର ଦେଖାଯାଇଛି । ବିଶେଷକରି ଦିବ୍ୟାଙ୍ଗଙ୍କୁ ଏହାର ଫାଇଦା ମିଳିଛି । ମସ୍କ କହିଛନ୍ତି ଯାହାଙ୍କ ମସ୍ତିଷ୍କରେ ଚିପ୍ ଲଗାଯାଇଛି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବାରେ ଲାଗିଛି । ମସ୍କ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଏ ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଏ କ୍ଷେତ୍ରରେ ପ୍ରଥମ ପରୀକ୍ଷଣ ସଫଳ ରହିଛି ।

ଏହି ସଫଳତା ମସ୍କଙ୍କ କମ୍ପାନୀ ନ୍ୟୁରାଲିଙ୍କକୁ ମିଳିଛି । ନ୍ୟୁରାଲିଙ୍କକୁ ଆମେରିକା ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ ଗତ ବର୍ଷ ମେ’ ମାସରେ ମାନବ ମସ୍ତିଷ୍କରେ ଚିପ୍ ଲଗାଇବାକୁ ମଞ୍ଜୁରୀ ଦେଇଥିଲେ । ଏଲନ ମସ୍କ କହିଛନ୍ତି କି ପ୍ରାରମ୍ଭିକ ପରିଣାମ ବେଶ୍ ଉତ୍ସାହଜନକ ଥିଲା । ନ୍ୟୁରାଲିଙ୍କର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ ଇଣ୍ଡିପେଣ୍ଡେଣ୍ଟ ଇନଷ୍ଟିଚ୍ୟୁସନାଲ ରିଭ୍ୟୁ ବୋର୍ଡକୁ ମଞ୍ଜୁରୀ ମିଳିସାରିଛି । ମେଡିକାଲ ଡିଭାଇସର ଟ୍ରାଏଲ ସଫଳ ଥିଲା ଯେଉଁଥିରେ ୱାୟାରଲେସ୍ ବ୍ରେନ୍ କମ୍ପ୍ୟୁଟର ଇଣ୍ଟରଫେସର ପରୀକ୍ଷଣ କରାଯାଇଥିଲା । ଏହି ପରୀକ୍ଷଣର ଉଦ୍ଦେଶ୍ୟ ଥିଲା ମଣିଷ ମସ୍ତିଷ୍କରେ ଚିପ୍ ଲଗାଯିବା ପରେ କ’ଣ ପ୍ରଭାବ ପଡୁଛି ତାହା ଲକ୍ଷ୍ୟ କରିବା ।

ଏଠାରେ ସୂଚାଇ ଦିଆଯାଇପାରେ କି ନ୍ୟୁରାଲିଙ୍କ ବ୍ରେନ୍ ଚିପ୍ ଇଣ୍ଟରଫେସ୍ ନିର୍ମାଣ ଦିଗରେ କାମ କରୁଛି ଯାହାକୁ ମଣିଷ ମସ୍ତିଷ୍କରେ ପ୍ରତ୍ୟାରୋପଣ କରାଯାଇପାରିବ । ଏହି ଚିପ୍ ଜରିଆରେ ଦିବ୍ୟାଙ୍ଗ ବ୍ୟକ୍ତି ଯେଉଁମାନେ ଚଲାବୁଲା କରିପାରୁନାହାନ୍ତି, କଥା କହିପାରୁ ନାହାନ୍ତି କିମ୍ବା ଦେଖିପାରୁନାହାନ୍ତି ସେମାନେ କିଛି ମାତ୍ରାରେ ସ୍ୱଭାବିକ ଜୀବନ ଜୀଇଁପାରିବେ ।

Get real time updates directly on you device, subscribe now.