fbpx

ଲକ୍ଷ୍ମୀ ପୂଜା ସମୟରେ କରନ୍ତୁ ଏହି ଜିନିଷର ଉପଯୋଗ, ଧନକୁ ଆକର୍ଷିତ କରିିବାରେ ରହିଛି ଚମତ୍କାରୀ ଶକ୍ତି

ଓଡ଼ିଶା ଭାସ୍କର: ମା’ ଲକ୍ଷ୍ମୀଙ୍କୁ ଧନ ଓ ବୈଭବର ଦେବୀ କୁହାଯାଏ । ମାନ୍ୟତା ରହିଛି କି ଲକ୍ଷ୍ମୀ ପୂଜା କରିବା ଦ୍ୱାରା ଘରେ ଧନ ସଂପତ୍ତିର ଅଭାବ ରହେ ନାହିଁ । ଧନ ପ୍ରାପ୍ତିର ଇଚ୍ଛା ରଖୁଥିବା ବ୍ୟକ୍ତି ମା’ ଲକ୍ଷ୍ମୀଙ୍କ ପୂଜା କରିବା ସମୟରେ କଉଡି ଜରୁର ଚଢାନ୍ତୁ । ପୂଜାରେ ଆପଣ ଧଳା କିମ୍ବା ହଳଦୀ କୌଣସି ବି ରଙ୍ଗର କଉଡି ନିଶ୍ଚୟ ଚଢାନ୍ତୁ ।

ଜ୍ୟୋତିଷାଚାର୍ଯ୍ୟଙ୍କ ଅନୁସାରେ ଦେବୀ ଲକ୍ଷ୍ମୀଙ୍କ ପୂଜାରେ କଉଡିର ବଡ ମହତ୍ତ୍ୱ ରହିଛି । ଯେପରିକି ମା’ ଲକ୍ଷ୍ମୀ ସମୁଦ୍ରରୁ ପ୍ରକଟ ହୋଇଛନ୍ତି ସେହିପରି କଉଡି ବି ଏକ ସାମୁଦ୍ରିକ ଜୀବର ଅସ୍ଥି କୋଷ ହୋଇଥାଏ । ମାନ୍ୟତା ରହିଛି କି କଉଡିରେ ଧନ ଆକର୍ଷଣ କରିବାର ସ୍ୱଭାବିକ ଗୁଣ ରହିଛି । ଏଣୁ କଉଡିକୁ ଧନ ପାଖରେ ହିଁ ରଖାଯାଏ ।

ଯେଉଁ ସମୟରେ ମା ଲକ୍ଷ୍ମୀଙ୍କ ପୂଜା କରୁଛନ୍ତି ସେ ସମୟରେ କଉଡିକୁ କେସର ଓ ହଳଦୀ ଘୋଳରେ ବୁଡାଇ ରଖନ୍ତୁ । ପୂଜା ପରେ ଦୁଇ କଉଡିକୁ ଅଲଗା ଅଲଗା ଭାବରେ ଲାଲ କପଡାରେ ବାନ୍ଧି ଏକ ପୁଟୁଳିକୁ ଟ୍ରେଜେରୀରେ ଓ ଅନ୍ୟ ଏକ ପୁଟୁଳିକୁ ଟଙ୍କା ପଇସା ରଖୁଥିବା ବ୍ୟାଗରେ ରଖି ଦିଅନ୍ତୁ । ବିଶ୍ୱରେ ୧୮୫ ପ୍ରକାରର କଉଡି ରହିଛି ଯାହା ମଧ୍ୟରେ ରାଜା କଉଡି ସର୍ବଶ୍ରେଷ୍ଠ । କଉଡି ମୂଲ୍ୟହୀନ ହେଲେ ବି ଏହାର ଗୁଣ କାରଣରୁ ଅମୂଲ୍ୟ ପାଲଟି ଯାଇଛି ।

Get real time updates directly on you device, subscribe now.