fbpx

ନୀତୀଶ ସରକାରଙ୍କ ବିଭାଗ ବଣ୍ଟନ; ମୁଖ୍ୟମନ୍ତ୍ରୀ ରଖିଲେ ଗୃହ ବିଭାଗ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଅର୍ଥ ବିଭାଗ

ପାଟନା: ଜାନୁଆରୀ ୨୮ରେ ଶପଥ ନେଇଥିବା ବିହାରର ନୀତୀଶ କୁମାର ସରକାରରେ ମନ୍ତ୍ରୀପଦବି ଶପଥ ଗ୍ରହଣ କରିବାର ୬ ଦିନ ପରେ ଶନିବାର ବିଭାଗ ବଣ୍ଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୂର୍ବ ଭଳି ପ୍ରଶାସନ, ଗୃହ ଓ ତଦାରଖ ବିଭାଗକୁ ନିଜ ପାଖରେ ରଖିଛନ୍ତି। ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ହେବେ ରାଜ୍ୟର ନୂଆ ଅର୍ଥମନ୍ତ୍ରୀ। ତାଙ୍କୁ ସ୍ୱାସ୍ଥ୍ୟ ବିଭାଗ, ନଗର ଉନ୍ନୟନ ଓ ଗୃହ ନିର୍ମାଣ ବିଭାଗ, କ୍ରୀଡ଼ା ବିଭାଗ, ପଞ୍ଚାୟତିରାଜ ବିଭାଗ, ଶିଳ୍ପ ବିଭାଗ, ଆଇନ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଦିଆଯାଇଛି।

ଦ୍ବିତୀୟ ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନାଙ୍କୁ କୃଷି, ସଡ଼କ ନିର୍ମାଣ, ରାଜସ୍ୱ ଓ ଭୂମି ସଂସ୍କାର, କଳା ଓ ସଂସ୍କୃତି ଭଳି ବିଭାଗ ଦିଆଯାଇଛି। ବିଜୟ କୁମାର ଚୌଧୁରୀଙ୍କୁ ଶିକ୍ଷା, ସଂସଦୀୟ ବ୍ୟାପାର, ପରିବହନ, କୋଠା ନିର୍ମାଣ, ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ବିଭାଗର ଦାୟିତ୍ୱ ଦିଆଯାଇଛି।

 

Get real time updates directly on you device, subscribe now.