fbpx

ଏହି ୬ଟି ବ୍ୟାଙ୍କର ଶେୟାର କିଣିବ HDFC ଗ୍ରୁପ୍‌, ଆରବିଆଇ ପକ୍ଷରୁ ମିଳିଲା ଗ୍ରୀନ୍ ସିଗନାଲ୍‌

ନୂଆଦିଲ୍ଲୀ: ବ୍ୟାଙ୍କିଙ୍ଗ୍ ସେକ୍ଟରରେ HDFC ବ୍ୟାଙ୍କ ବୃହତ୍ତମ ଘରୋଇ ବ୍ୟାଙ୍କ ଭାବ ପରିଚିତ । HDFC ବ୍ୟାଙ୍କ ଏହାର ୨ଟି ବ୍ୟବସାୟର ମିଶ୍ରଣ ପରେ ବ୍ୟାଙ୍କିଙ୍ଗ୍‌ ସେକ୍ଟରରେ ଅଧିକ ଶକ୍ତିଶାଳୀ ହେବା ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ଏଥିପାଇଁ ଆରବିଆଇ ପକ୍ଷରୁ ମଧ୍ୟ ଗ୍ରୀନ୍ ସିଗନାଲ ମଳିଛି । କହିରଖୁଛୁ HDFC ଗ୍ରୁପ୍ ଏହି ୬ଟି ବ୍ୟାଙ୍କରେ ୯.୫୦% ଅଂଶଧନ କିଣିବା ପାଇଁ ଆରବିଆଇ ଠାରୁ ଅନୁମୋଦନ ଲୋଡ଼ିଥିଲା ।

HDFC ଗ୍ରୁପ୍ ପକ୍ଷରୁ ୟେସ୍ ବ୍ୟାଙ୍କ, ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ, ଏକ୍ସିସ୍ ବ୍ୟାଙ୍କ, ବନ୍ଧନ ବ୍ୟାଙ୍କ, ଆସିଆଇସିଆଇ ବ୍ୟାଙ୍କ ଏବଂ ସୂର୍ଯୋଦୟ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କରେ ୯.୫୦ ପ୍ରତିଶତ ଅଂଶଧନ କିଣିବା ପାଇଁ ଆରବିଆଇ ଠାରୁ ଅନୁମୋଦନ ମିଳିଛି । ତେବେ ଏଥିପାଇଁ ଆରବିଆଇ ପକ୍ଷରୁ ଏକ ସର୍ତ୍ତ ରଖାଯାଇଛି । HDFC ଗ୍ରୁପକୁ ଆସନ୍ତା ଏକ ବର୍ଷ ମଧ୍ୟରେ ଅଂଶଧନ କିଣିବାକୁ ପଡ଼ିବ । ଏଥିରେ ଅସମର୍ଥ ହେଲେ ଅନୁମୋଦନ ବାତିଲ ହୋଇଯିବ । ଏହା ବ୍ୟତୀତ HDFCକୁ ଏହି ଅଂଶଧନ ପେଡ୍ ଅପ୍ ଶେୟାର କ୍ୟାପିଟାଲ କିମ୍ବା ଭୋଟିଂ ରାଇଟର ଏଗ୍ରିଗେଟ୍ ହୋଲ୍ଡିଂ ଆଧାରରେ କିଣିବାକୁ ପଡ଼ିବ । ତେବେ ଏହି ଡିଲ୍ HDFC ବ୍ୟାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ତେବେ ଗ୍ରାହକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ କ’ଣ ଏହି ଡିଲ୍ ଦ୍ୱାରା ବ୍ୟାଙ୍କିଙ୍ଗ୍ ସେବାରେ କୌଣସି ପ୍ରକାର ବାଧା ସୃଷ୍ଟି ହେବ କି ? ଏହାର ଉତ୍ତର ହେଉଛି ନା । ପୂର୍ବ ଭଳି ଗ୍ରାହକମାନେ ସମସ୍ତ ବ୍ୟାଙ୍କିଙ୍ଗ ସୁବିଧାର ଲାଭ ଉଠାଇପାରିବେ ।

Get real time updates directly on you device, subscribe now.