fbpx

ଏକ୍ସପ୍ରେସ-ୱେରେ ଚଳନ୍ତା ବସରେ ଲାଗିଲା ନିଆଁ: ୪ ଜଣ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ଏକ୍ସପ୍ରେସ-ୱେରେ ଯିବା ସମୟରେ ଏକ ଚଳନ୍ତା ବସରେ ଭୟାନକ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ଏହି ସମୟରେ ଆଉ ଏକ କାର୍ ବସକୁ ପଛ ପଟୁ ଧକ୍କା ଦେଇଛି । ଚାହୁଁ ଚାହୁଁ ଉଭୟ ବସ୍ ଏବଂ କାର୍ ନିଆଁରେ ହୁତୁହୁତୁ ହୋଇ ଜଳି ଉଠିଛି । ତେବେ ଏଭଳି ଏକ ଅଗ୍ନିକାଣ୍ଡରେ ଗାଡ଼ି ଭିତରେ ଥିବା ୪ ଜଣ ଯାତ୍ରୀ ନିଆଁ ପୋଡ଼ି ଯାଇଥିବା ସୂଚନା ମିଳିଛି । ଉତ୍ତର ପ୍ରଦେଶର ମଥୁରାସ୍ଥିତ ଯମୁନା ଏକ୍ସପ୍ରେସ-ୱେରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ମଥୁରା ମହାୱନ ଥାନା କ୍ଷେତ୍ରରେ ୧୧୭ ମାଇଲଷ୍ଟୋନ୍ ନିକଟ ଯମୁନା ଏକ୍ସପ୍ରେସ-ୱେ’ରେ ଏଭଳି ଏକ ଦୁର୍ଘଟଣା ଘଟିଯାଇଛି । ଆଗ୍ରାରୁ ନୋଏଡା ଅଭିମୁଖେ ଯାଉଥିବା ଏକ ଭେଲଭୋ ବସରେ ଅଚାନକ ନିଆଁ ଲାଗି ଯାଇଥିଲା । ଏହି ସମୟରେ ପଛରୁ ଆସୁଥିବା ଏକ କାର୍ ବସ୍ ଟିକୁ ଧକ୍କା ଦେବା ପଳରେ ସେଥିରେ ମଧ୍ୟ ନିଆଁ ଲାଗି ଯାଇଛି । ତେବେ ଏହି ଦୁର୍ଘଟଣାରେ ଉଭୟ ବସ୍ ଏବଂ କାର୍ ହୁତୁହୁତୁ ହୋଇ ଜଳି ଯାଇଥିବା କହିଛନ୍ତି ଉପସ୍ଥିତ ଦେଖଣାହାରୀ । ତେବେ ବସରେ ଥିବା କିଛି ଯାତ୍ରୀ ସୁରକ୍ଷିତ ଭାବରେ ବାହାରି ଯାଇଥିଲେ ମଧ୍ୟ କାରରେ ଥିବା ଯାତ୍ରୀ ଅଗ୍ନିକାଣ୍ଡର ଶିକାର ହୋଇଛନ୍ତି । ଘଟଣାସ୍ଥଳରେ ଉପସ୍ଥିତ କିଛି ଲୋକ ସମସ୍ତଙ୍କୁ ନିଆଁ କବଳରୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କାରରେ ଥିବା ଯାତ୍ରୀମାନଙ୍କୁ ବାହାର କରାଯାଇ ପାରି ନାହିଁ ।

ସେପଟେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଏକ୍ସପ୍ରେସ-ୱେ କର୍ମଚାରୀ ମଧ୍ୟ ସେଠାରେ ପହଞ୍ଚି ସାରିଛନ୍ତି । ଏହି ଦୁର୍ଘଟଣା ଯୋଗୁଁ ଯମୁନା ଏକ୍ସପ୍ରେସ-ୱେ ରେ ଟ୍ରାଫିକ ଜାମ୍ ହୋଇଯାଇଛି । କିନ୍ତୁ ଦମକଳ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଏହି ଅଗ୍ନିକାଣ୍ଡ ଭୟାବହ ରୂପ ଧାରଣ କରି ସାରିଥିଲା । ତେବେ ବହୁ କଷ୍ଟ ପରେ ନିଆଁକୁ ଆୟତ୍ତ କରିଛି ଦମକଳ ବାହିନୀ ।

Get real time updates directly on you device, subscribe now.