fbpx

(Video) କ୍ୟାନ୍ସରରେ ପୀଡ଼ିତ ଜେଜେ ମାଆଙ୍କୁ ଦେଖି କାନ୍ଦିବାକୁ ଲାଗିଲା ନାତି, ଭିଡିଓ ଦେଖି ଆଖିରେ ରହିବନି ଲୁହ

ନୂଆଦିଲ୍ଲୀ: ଦୁନିଆରେ ଜେଜେ ମାଆ ଏବଂ ନାତିର ସଂପର୍କ ନିଆରା । ପିଲାଦିନେ ଜେଜେ ମାଆର କାହାଣୀ ଏକ ଅଲଗା ଦୁନିଆକୁ ନେଇଯାଏ । ପିଲାମାନଙ୍କ ଯେଉଁ ଜିଦିକୁ ମମି ପୂରଣ କରିପାରନ୍ତିନି ତାକୁ ଜେଜେ ମାଆ ପୂରଣ କରିଥାଆନ୍ତି । ଛୋଟ ପିଲା ସେମାନଙ୍କ ଅଧିକାଂଶ ସମୟ ଜେଜେ ମାଆ ପାଖେ କାଟିଥାଆନ୍ତି । ଏପରି ଏକ ସଂପର୍କର ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି । ଏଥିରେ ପିଲାଟି ତା ଜେଜେ ମାଆଙ୍କୁ ବହୁତ ଦିନ ପରେ ଭେଟିଛି ଏବଂ ତା ଜେଜେ ମାଆ କ୍ୟାନ୍ସର ରୋଗରେ ପୀଡିତ ଅଛନ୍ତି ।

ଭାଇରାଲ ହେଉଥିବା ଭିଡିଓରେ ଆପଣ ଦେଖିପାରିବେ ଯେ, ଜଣେ ବୃଦ୍ଧ ସ୍ତ୍ରୀ ଲୋକ ଯିଏ ହ୍ୱିଲ ଚେୟାର ବସିଛନ୍ତି । ତାଙ୍କୁ ଭେଟିବା ପାଇଁ ତାଙ୍କ ନାତି ବହୁତ ଦିନ ପରେ ଆସିଛି । ସେ ଛୋଟ ଶିଶୁ ଯେପରି ନିଜ ସାମ୍ନାରେ ନିଜ ଜେଜେ ମାଆକୁ ଦେଖିଛି, ସେହି ସମୟରେ ସେ କାନ୍ଦିବାକୁ ଲାଗୁଛି । ଏହାପରେ ଜେଜେ ମାଆ ତାଙ୍କ ନାତୀର ମୁଣ୍ଡରେ ହାତ ମାରି ଚୁପ ହେବାକୁ କହିଛନ୍ତି । ପୁଣି ନାତି ଜେଜେ ମାଆଙ୍କ ହାତରେ ଲାଗିଥିବା ଡ୍ରିପକୁ ଦେଖି କାନ୍ଦିବାକୁ ଲାଗିଛି ।

ଜେଜେ ମାଆ ଏବଂ ନାତିର ଏହି ଭଲପାଇବା ଦେଖି ଲୋକ ବହୁ ଇମୋସନାଲ ହୋଇଯାଇଛନ୍ତି । ତେବେ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ @Good News Movement ନାମକ ଏକ ପେଜରେ ସେୟାର କରାଯାଇଛି । ଭିଡିଓକୁ ୬୮ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି ଏବଂ ୧ ଲକ୍ଷରୁ ଅଧିକ ଲୋକ ଲାଇକ କରିଛନ୍ତି । ଏହି ଭିଡିଓକୁ ଦେଖି ଅନେକ ଲୋକଙ୍କୁ ନିଜ ଜେଜେ ମାଆଙ୍କ କଥା ମନେପଡିଯାଇଛି ବୋଲି କମେଣ୍ଟ କରିଛନ୍ତି ।

Get real time updates directly on you device, subscribe now.