fbpx

BIG BREAKING: ବିଜେଡ଼ି ଛାଡିଲେ ଦେବାଶିଷ ନାୟକ

Advertisement

ଓଡିଶା ଭାସ୍କର: ରାଜ୍ୟ ରାଜନୀତିରେ ବଡ଼ ଧରଣର ହଟଚମଟ । ବିଜେଡି ଛାଡିଲେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ। ଆଜି ସେ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଏନେଇ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀରୁ ସେ ଲଗାତାର ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହା ସହ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ସେ ମଧ୍ୟ କାର୍ଯ୍ୟ କରିଥିଲେ।

୨୦୦୪ ରୁ ୨୦୦୮ ମଧ୍ୟରେ ସେ ନବୀନ ମନ୍ତୀ ମଣ୍ଡଳର ବିଭିନ୍ନ ବିଭାଗର ମନ୍ତ୍ରୀ ରହିଥିଲେ। କ୍ରୀଡା, ସୂଚନା ଓ ଲୋକସମ୍ପର୍କ ବିଭାଗରେ ମନ୍ତ୍ରୀ ରହିଥିଲେ। ହେଲେ ଗତ ୨୦୧୯ ସାଧାରଣ ନିର୍ବାଚନରେ ଦେବାଶିଷଙ୍କୁ ଟିକେଟ ଦେଇନଥିଲା ବିଜେଡି। ସେବେଠାରୁ ସେ ବିଜେଡିରେ ରହିଥିଲେ ମଧ୍ୟ ସକ୍ରିୟ ରାଜନୀତିରୁ ଦୁରେଇ ରହିଥିଲେ । ଏମିତି କି ସେ ନିଜ ନିର୍ବାଚନ ମଣ୍ଡଳୀରୁ ମଧ୍ୟ ନିଜକୁ ଦୁରେଇ ରଖିଥିଲେ। କିନ୍ତୁ ଏହି କିଛି ଦିନ ତଳେ ସେ ବରୀରୁ ୨୦୨୪ ନିର୍ବାଚନରେ ନିଶ୍ଚୟ ପ୍ରତିଦ୍ଵନ୍ଦିତା କରିବେ ବୋଲି କହିଥିଲେ। ତେବେ ବର୍ତ୍ତମାନ ବିଜେଡିରୁ ଇସ୍ତଫା ଦେବା ପରେ ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି।

 

Get real time updates directly on you device, subscribe now.