fbpx

‘ବିବାହିତ ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିବା ଦୁଷ୍କର୍ମ ନୁହେଁ’: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି କରିବା ସମୟରେ କହିଛନ୍ତି ଯେ, ଯଦି କୌଣସି ବିବାହିତ ମହିଳାଙ୍କୁ ଯେକୌଣସି ପୁରୁଷ ସ୍ୱ-ଇଛାରେ ଶାରିରୀକ ସଂପର୍କ ରଖୁଛି ଏବଂ ଯଦି ପରବର୍ତ୍ତୀ ସମୟରେ ସେହି ପୁରୁଷ ବିବାହର ପ୍ରତିଶ୍ରୁତି ଦେଇ ମନା କରୁଛି ତେବେ ସେହି ମହିଳା ଜଣକ ପୁରୁଷଙ୍କ ଉପରେ ଦୁଷ୍କର୍ମ କରିବାର ଅଭିଯୋଗ ଲଗାଇପାରିବନି । ତେବେ ଜଷ୍ଟିସ ରବିକୁମାର ଏବଂ ଜଷ୍ଟିସ ରାଜେଶ ବିନ୍ଦଲ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, ମହିଳା ଜଣକ ପ୍ରଥମରୁ ବିବାହିତ ଥିଲେ ଏହାପରେ ମଧ୍ୟ ଅନ୍ୟ କୌଣସି ପୁରୁଷ ସହ ଅନୈତିକ ସମ୍ବନ୍ଧରେ ଆସିଥିଲେ ।

ଏପରି ସ୍ଥିତିରେ ଯଦି ସେହି ପୁରୁଷ ମହିଳାଙ୍କୁ ବିବାହ କରିବାକୁ ମନା କରନ୍ତି ତେବେ ତାଙ୍କ ଉପରେ ଦୁଷ୍କର୍ମର ଦୋଷ ଲଗାଯାଇପାରିବନାହିଁ । ଅଭିଯୁକ୍ତ ବିନୋଦ ଗୁପ୍ତାଙ୍କ ପକ୍ଷରୁ ତାଙ୍କ ଓକିଲ କହିଛନ୍ତି ଯେ, କୋର୍ଟରେ ଦୁଷ୍କର୍ମ ମାମଲା ରୁଜୁ କରିଥିବା ମହିଳା ବିବାହିତ ଅଟନ୍ତି । ମହିଳା ଜଣକ ପରୁଷଙ୍କ ଠାରୁ ୧୦ ବର୍ଷ ବଡ଼ ଅଟନ୍ତି । ତାଙ୍କର ଏକ ୧୫ ବର୍ଷୀୟ ଝିଅ ମଧ୍ୟ ରହିଛି । ଏପରି ପରିସ୍ଥିତିରେ ବିନୋଦ ଗୁପ୍ତାଙ୍କ ଦ୍ୱାରା ବିବାହ କରିବାର ପ୍ରଶ୍ନ ଉଠୁନାହିଁ ।

ବିନୋଦ ଗୁପ୍ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପରେ କୋର୍ଟ ପଞ୍ଜୀକୃତ ହୋଇଥିବା ଏଫଆଇଆରକୁ ବାତିଲ କରି ବିବାହିତା ମହିଳାଙ୍କୁ ତାଗିଦ କରିଥିଲେ। ସୁପ୍ରିମକୋର୍ଟ କହିଛନ୍ତି ଯେ, ବିନୋଦ ଗୁପ୍ତାଙ୍କ ଠାରୁ ମହିଳା ୧୦ ବର୍ଷ ବଡ ଏବଂ ନୈତିକ ଏବଂ ଅନୈତିକ ପରିଣାମ ବିଷୟରେ ସଚେତନ ହେବା ପାଇଁ ସେ ବୁଦ୍ଧିମାନ ଥିଲେ। ଏହା ପରେ ସୁପ୍ରିମକୋର୍ଟ କହିଛନ୍ତି ଯେ ବାସ୍ତବରେ ଏହା ସ୍ୱାମୀଙ୍କୁ ଧୋକା ଦେବାର ମାମଲା।

Get real time updates directly on you device, subscribe now.