ବିଜେଡି-ବିଜେପି ମେଣ୍ଟରେ କଂଗ୍ରେସକୁ ମିଳିବ କେଉଁ ଫାଇଦା?

ଓଡ଼ିଶା ଭାସ୍କର: ପୁଣିଥରେ ବିଜେଡି ଓ ବିଜେପି ମଧ୍ୟରେ ହୋଇପାରେ ମହାମେଣ୍ଟ। ଏନେଇ ବର୍ତ୍ତମାନ ଉଭୟ ଦଳର ଶୀର୍ଷ ନେତୃତ୍ୱ ମଧ୍ୟରେ ଆଲୋଚନା ଚାଲିଛି। ଯଦି ଆସନ ଭାଗବଣ୍ଟା ଠିକ୍ ହୋଇଗଲା ତାହେଲେ ମେଣ୍ଟ ହେବା ନେଇ କୌଣସି ଅସୁବିଧା ନଥିବା କୁହାଯାଉଛି। ତେବେ ଯଦି ସତକୁ ସତ ଏହି ମେଣ୍ଟ ହୋଇଯାଏ ତାହେଲେ ରାଜ୍ୟ ରାଜନୀତିରେ କଂଗ୍ରେସର କ’ଣ ଭୂମିକା ରହିବ ତା’କୁ ନେଇ ବର୍ତ୍ତମାନ ଚର୍ଚ୍ଚା ଦେଖିବାକୁ ମିଳିଛି। ତେବେ ବିଜେଡି-ବିଜେପି ମେଣ୍ଟରେ ଏକମାତ୍ର ମୁଖ୍ୟ ବିରୋଧୀ ଭାବେ ବିରାଜମାନ ହେବାକୁ ଥିବା କଂଗ୍ରେସକୁ ଏଥିରେ କ୍ଷତି ନା ଫାଇଦା ମିଳିବ ସେନେଇ ଆଲୋଚନା ଲାଗିରହିଛି।

ହେଉଥିବା ଚର୍ଚ୍ଚା ଅନୁସାରେ, ଯଦି ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ହୁଏ ତାହେଲେ କିଛି ଅସନ୍ତୁଷ୍ଟ ନେତା ଓ କର୍ମୀ କଂଗ୍ରେସକୁ ସମର୍ଥନ କରିପାରନ୍ତି। ସେହିପରି ଲୋକେ ବିଜେଡି ଓ ବିଜେପି ଉପରେ ଖପ୍ପା ହୋଇ କିଛି ମାତ୍ରାରେ କଂଗ୍ରେସ ଉପରେ ଭରଷା କରିପାରନ୍ତି। ଅନ୍ୟପଟେ ଶାସକ ବିଜେଡି ଓ ବିଜେପିରେ ଥିବା ଏକାଧିକ ଆଶାୟୀଙ୍କୁ ଟିକେଟ ନ ମିଳିଲେ ସେମାନେ ଟିକେଟ ଆଶାରେ ତୃତୀୟ ଦଳ ଅର୍ଥାତ କଂଗ୍ରେସକୁ ଡିଆଁ ମାରିବେ। ସେହିପରି ବିଜେଡି ଓ ବିଜେପି ଦଳର ଗୋହି ଖୋଳି କଂଗ୍ରେସ କିଛି ଭୋଟ ହାତେଇବାକୁ ଚେଷ୍ଟା କରିପାରେ। ଯେଉଁଠି କଂଗ୍ରେସ ସାମାନ୍ୟ ବି ମଜବୁତ ଥିବ ସେଠି ଅଧିକ ଫୋକସ କରି ଭୋଟ ମାତ୍ରା ବଢାଇବାକୁ ଚେଷ୍ଟା ଜାରି ରଖିବ ଦଳ। ତେବେ ଏସବୁକୁ ନେଇ ମୋଟାମୋଟି ଭାବେ କହିବାକୁ ଗଲେ, ରାଜ୍ୟରେ ଅତି ଦୁର୍ବଳ ଥିବା କଂଗ୍ରେସ ନିହାତି ଏଥିରୁ କିଛି ଫାଇଦା ପାଇବ।

 

Get real time updates directly on you device, subscribe now.