fbpx

ଚେହେରାରେ ଦେଖାଯିବନି ବୟସର ଛାପ, ରାତିରେ କରନ୍ତୁ ଫେସ୍ ମସାଜ, ତ୍ୱଚା ରହିବ ହେଲ୍‌ଦୀ ଏବଂ ଗ୍ଲୋଇଂ

ଓଡ଼ିଶା ଭାସ୍କର: ଅଧିକାଂଶ ସମୟରେ ଆମେ ଫେସିଆଲ କରିବା ସମୟରେ ଫେସ୍ ମସାଜ କରିଥାଉ । ଏହା ଦ୍ୱାରା ତ୍ୱଚାର ମାଂସଂପେଶୀକୁ ଆରାମ ମିଳିଥାଏ । ତ୍ୱଚା ହେଲ୍‌ଦୀ ଏବଂ ଗ୍ଲୋଇଂ ଦେଖାଯାଏ । କିନ୍ତୁ ସବୁବେଳେ ପାର୍ଲର ଯାଇ ପେସ୍ ମସାଜ କରିବା ସମ୍ଭବ ହୋଇନଥାଏ । ଅନେକ କ୍ଷେତ୍ରରେ ଫେସିଆଲ କରାଇବା ମହଙ୍ଗା ଅଟେ । ତେବେ ଚିନ୍ତା କରନ୍ତୁ ନାହିଁ । ଆପଣ ଚାହିଁଲେ ଘରେ ରହି ମଧ୍ୟ ତ୍ୱଚାକୁ ହେଲ୍‌ଦୀ ରହିବାର ଟିପ୍ସ ଆପଣାଇ ପାରିବେ । ଏଥିପାଇଁ ଆପଣଙ୍କୁ ରାତିରେ ଶୋଇବା ପୂର୍ବରୁ ଫେସ୍‌ୱାସରେ ତ୍ୱଚାକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଏହା ପରେ ନଡ଼ିଆ ତେଲ, ଅଲିଭ ତେଲ, ବାଦାମ ତେଲ, ଏଲୋଭେରା ଜେଲ, ମହୁ, ସିରମ୍ କିମ୍ବା ଲୋସନ ସାହାଯ୍ୟରେ ତ୍ୱଚାର ମସାଜ କରିବପାରିବେ । ସବୁବେଳେ ହାଲୁକା ଭାବରେ ଏବଂ ତଳୁ ଉପରୁ ଆଡ଼କୁ ମସାଜ କରନ୍ତୁ । ନଚେତ ଏହା ଫାଇଦା ଦେବା ପରିବର୍ତ୍ତେ କ୍ଷତି କରାଇଥାଏ । ତେବେ ଆସନ୍ତୁ ଜାଣିବା ରାତିରେ ଶୋଇବା ପୂର୍ବରୁ ତ୍ୱଚାକୁ ମାଲିଶ କରିବା ଦ୍ୱାରା କ’ଣ ଲାଭ ହୋଇଥାଏ ।

୧. ତ୍ୱଚାକୁ ଟାଇଟ୍ କରେ: ରାତିରେ ଶୋଇବା ପୂର୍ବରୁ ତ୍ୱଚାର ମାଲିଶ କରିବା ଦ୍ୱାରା ଝାଉଁଳି ଯାଇଥିବା ତ୍ୱଚା ଟୋନ୍‌ଡ ଦେଖାଯାଏ । ସବୁବେଳେ ତଳୁ ଉପରୁ ଆଡ଼କୁ ମାଲିିଶ କରନ୍ତୁ । ତ୍ୱଚାର ଖୋଲା ଛିଦ୍ର ବନ୍ଦ ହୋଇଥାଏ । ନିୟମିତ ଭାବରେ ମସାଜ କରିବା ଦ୍ୱାରା ତ୍ୱଚାର ମାଂସପେଶୀ ସୁସ୍ଥ ରହିବା ସହ ଗ୍ଲୋଇଂ କରିଥାଏ ।

୨. ବୟସର ଛାପ ଦୂରେଇ ଯାଏ: ଜୀବନଶୈଳୀରେ ପରିବର୍ତ୍ତନ, ପ୍ରଦୂଷଣ, ପୋଷକ ତତ୍ୱର ଅଭାବ ଇତ୍ୟାଦି ଚେହେରାରେ ବୟସର ଛାପ ଦେଖାଦେଇଥାଏ । ରାତିରେ ମସାଜ କରିବା ଦ୍ୱାରା ତ୍ୱଚାରେ ରକ୍ତ ସଞ୍ଚାଳନ ହୋଇଥାଏ ଯାହା କୋଲେଜନ ଉତ୍ପାଦନକୁ ବୃଦ୍ଧି କରିଥାଏ । ତେଣୁ ତ୍ୱଚାକୁ ନିୟମିତ ଭାବେ ମସାଜ କରିବା ଦ୍ୱାରା ତ୍ୱଚାରେ ଭାଙ୍ଗ ପଡ଼ିବା, କଳା ଦାଗ ଏବଂ ବୟସର ଛାପ ସହଜରେ ଦେଖାଦେଇନଥାଏ ।

୩. ତ୍ୱଚା ଦେଖାଯାଏ ହେଲ୍‌ଦୀ ଏବଂ ଗ୍ଲୋଇଂ: ରାତିରେ ତ୍ୱଚାକୁ ମସାଜ କରିବା ଦ୍ୱାରା ରକ୍ତ ସଞ୍ଚାଳନ ହୋଇଥାଏ । ଏହା ତ୍ୱଚାରେ ଅମ୍ଳଜାନର ପ୍ରବାହକୁ ବୃଦ୍ଧି କରିଥାଏ । ଫଳରେ ତ୍ୱଚା ହେଲ୍‌ଦୀ ଏବଂ ଟେନ୍‌ଡ ଦେଖାଯିବା ସହ ଚମକ ବୃଦ୍ଧି ପାଇଥାଏ ।

୪. ତ୍ୱଚାକୁ ଡିଟକ୍ସିଫାଇ କରେ: ରାତିରେ ତ୍ୱଚାକୁ ମସାଜ କରିବା ଦ୍ୱାରା ତ୍ୱଚା ଡିଟକ୍ସିଫାଇ ହୋଇଥାଏ । ପ୍ରଦୂଷଣ ଓ ଖରା ପ୍ରଭାବରେ ଚିପ୍‌ଚିପାପଣ, ବ୍ଲାକହେଡ୍ସ ଏବଂ ହ୍ୱାଇଟହେଡ୍ସ ସଫା କରିବାରେ ସହାୟକ ହୋଇଥାଏ ।

Get real time updates directly on you device, subscribe now.