fbpx

ଗ୍ରାହକଙ୍କୁ Water Purifier ବିଷୟରେ ଦିଅନ୍ତୁ ସମ୍ପୂର୍ଣ୍ଣ ତଥ୍ୟ, Water Purifier କମ୍ପାନୀ ଗୁଡ଼ିକୁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିନକୁ ଦିନ ଭୂତଳ ଜଳ ହ୍ରାସ ହେଉଥିବା ବେଳେ ଅନେକ ସ୍ଥାନରେ ଜଳ ସଂକଟର ସମସ୍ୟା ମୁଣ୍ଡ ଟେକୁଛି । ଫଳରେ ଜଳର ଗୁଣବତ୍ତା ହ୍ରାସ ପାଉଛି ଯଦ୍ୱାରା ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଉଛି । ଏଭଳି ସ୍ଥିତିରେ ବିଶଷ କରି ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଭଳି ମେଟ୍ରୋପଲିଟିଆନ୍ ସହରରେ ୱାଟର ପ୍ୟୁରିଫାୟର ବା ଆକ୍ୟୁାଗାର୍ଡ଼ ବ୍ୟବହାର କରିବା ଏକ ପ୍ରକାର ବାଧ୍ୟତାମୂଳକ ହୋଇଯାଇଛି । ଏହି ସମସ୍ୟା ଉପରେ ଗୁରୁତ୍ୱାରୋପ କରି ସରକାର ୱାଟର ପ୍ୟୁରିଫାରୟ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଏକ ଖୁସି ଖବର ଦେଇଛନ୍ତି । ବର୍ତ୍ତମାନ ୱାଟର ପ୍ୟୁରିଫାୟର ଉପରେ ଖର୍ଚ୍ଚ କମ୍ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ସରକାର ୱାଟର ପ୍ୟୁରିଫାୟର କମ୍ପାନୀଗୁଡ଼ିକୁ ଗ୍ରାହକଙ୍କ ଖର୍ଚ୍ଚ କମ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ମାର୍ଚ୍ଚ ୮ରେ ମିିନଷ୍ଟ୍ରି ଅଫ୍ କନଜ୍ୟୁମର ଆଫେୟାର୍ସ, ଫୁଡ୍ ଆଣ୍ଡ ପବ୍ଲିକ ଡିଷ୍ଟ୍ରିବୁସନ୍ ଏକ ସରକାରି ବିବୃତ୍ତି ପ୍ରକାଶ କରିଛି । ଏଥିରେ ଉଲ୍ଲେଖ ଅଛି ଯେ ସରକାର ୪ଟି କମ୍ପାନୀ ଯଥା ଅଟେମୋବାଇଲ୍ସ, କନଜ୍ୟୁମର ଡ୍ୟୁରେବଲ୍ସ, ମୋବାଇଲ ଏଣ୍ଡ ଇଲେକ୍ଟ୍ରୋନିକ୍ସ ଏବଂ ଫାର୍ମିଂ ଇକ୍ୱୁଇପମେଣ୍ଟ୍‌ସ କମ୍ପାନୀଙ୍କ ସହ ଏକ ବୈଠକ କରିଥିଲେ । ଉପଭୋକ୍ତାଙ୍କ ସ୍ୱାର୍ଥକୁ ଧ୍ୟାନରେ ରଖି ନିଜ କମ୍ପାନୀର ଉତ୍ପାଦ, ସର୍ଭିସ ସେଣ୍ଟର ଏବଂ ୱାରେଣ୍ଟିର ସର୍ତ୍ତ ସମ୍ପର୍କରେ ଉଚିତ ସୂଚନା ପ୍ରଦାନ କରିବା ନେଇ ଉକ୍ତ କମ୍ପାନୀଗୁଡ଼ିକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଅଧିକାଂଶ ସମୟରେ ୱାଟର ପ୍ୟୁରିଫାୟରର କ୍ୟାଣ୍ଡେଲ ଭଲ ଥିଲେ ମଧ୍ୟ ସେଥିରେ ତୁୃଟି ଥିବା ଦର୍ଶାଇ ଏହି କମ୍ପାନୀ ଗ୍ରାହକଙ୍କୁ ଖର୍ଚ୍ଚାନ୍ତ କରାଇଥାନ୍ତି । ସରକାର କହିଛନ୍ତି ଯେ ୱାଟର ଫିଲଟର(କ୍ୟାଣ୍ଡେଲ) ବିଷୟରେ ଗ୍ରାହକମାନଙ୍କୁ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯିବା ଉଚିତ । ଏହା କେତେ ଦିନ ପର୍ଯ୍ୟନ୍ତ ଚାଲିବ, କେବେ ସମୟ ବ୍ୟବଧାନରେ ଏହାକୁ ବଦଳାଇବାକୁ ପଡ଼ିବ ଇତ୍ୟାଦି । କହିରଖୁଛୁ ଭୌଗଳିକ କ୍ଷେତ୍ର ଅନୁଯାୟୀ ଜଳର ଗୁଣବର୍ତ୍ତା ଆଧାରରେ ୱାଟର ଫିଲଟରର ଆୟୁ କମିଯାଏ । ତେବେ ଏହି ସବୁ ବିଷୟ ଉପରେ ଗୁରୁତ୍ୱାରୋପ କରିବା ପାଇଁ ସରକାର ୱାଟର ପ୍ୟୁରିଫାୟର କମ୍ପାନୀ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.