ପାଖେଇ ଆସିଲାଣି ନିର୍ବାଚନ: ଜାଣନ୍ତୁ, କିପରି କରିବେ ଭୋଟର ଆଇଡି ପାଇଁ ଆବେଦନ

ଓଡ଼ିଶା ଭାସ୍କର: ଆଉ ଦିନ କେଇଟା ଗଲେ ଦେଶରେ ଅନୁଷ୍ଠିତ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ। ତେଣୁ ଅନେକ ନୂଆ ଯୁବ ଭୋଟର ନିଜ ନିଜର ଭୋଟର ଆଇଡି କରି ସାରିଲେଣି। ତେବେ ଯଦି ଆପଣ ଭୋଟର ଆଇଡି ତିଆରି କରିବାକୁ ଚାହୁଁଛନ୍ତି, ତାହେଲେ ଏହି ଖବରଟି ଆପଣଙ୍କ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ । କାରଣ ଏବେ ମଧ୍ୟ ଭାରତୀୟ ନିର୍ବାଚନ ଆୟୋଗ ୧୮ ବର୍ଷ ଅତିକ୍ରମ କରିଥିବା ଭାରତୀୟ ଯୁବତୀ ଯୁବକ ମାନଙ୍କୁ ଅନଲାଇନରେ ରେଜିଷ୍ଟ୍ରେସନ କରିବାକୁ ସୁଯୋଗ ଦେଉଛନ୍ତି।

ତେବେ ବର୍ତ୍ତମାନ ଭୋଟର ଆଇଡି ତିଆରି କରିବାକୁ ଆପଣଙ୍କୁ କୌଣସି ଅଫିସକୁ ଦୌଡିବାକୁ ପଡିବ ନାହିଁ କିମ୍ବା ଲାଇନ ଦେଇ ଛିଡା ହେବାକୁ ପଡିବ ନାହି। କେବଳ ଗୋଟିଏ ଲିଙ୍କ୍ ଉପରେ କ୍ଲିକ୍ କରି ଆପଣ ଅତି ସହଜରେ ଏହି କାମ କରିପାରିବେ। ଏଥିପାଇଁ ଆପଣଙ୍କ ପାଖରେ ଆପଣଙ୍କ ପାସପୋର୍ଟ ସାଇଜର ଫଟୋ, ବ୍ୟକ୍ତିଗତ ପରିଚୟ ପତ୍ର (ଆଧାର କାର୍ଡ, ପାସପୋର୍ଟ, ହାଇସ୍କୁଲ୍ ମାର୍କସିଟ) ଏବଂ ଠିକଣା ପରିଚୟ ପତ୍ର ଥିବା ଆବଶ୍ୟକ। ତେବେ ଆସନ୍ତୁ ବର୍ତ୍ତମାନ ଜାଣିବା ଭୋଟର ଆଇଡି ଆବେଦନ ପାଇଁ ଆପଣଙ୍କୁ କଣ କରିବାକୁ ପଡିବ।

କିପରି କରିବେ ଭୋଟର ଆଇଡି ଆବେଦନ?

  • ଇଲେକ୍ସନ୍ କମିଶନ ଅଫ୍ ଇଣ୍ଡିଆ (ECI)ର https://voters.eci.gov.in/ ୱେବସାଇଟକୁ ଯାଆନ୍ତୁ ।
  • ଏବେ ଫର୍ମ ୬ ତଳେ ଥିବା ଫିଲ୍ ଫର୍ମ ୬ ଉପରେ କ୍ଲିକ କରି ଏକ ଆକାଉଣ୍ଟ ଖୋଲନ୍ତୁ। ଏଥିରେ ଇମେଲ ଆଇଡି ଏବଂ ଫୋନ୍ ନମ୍ବର ଭଳି ଆବଶ୍ୟକ ତଥ୍ୟ ପ୍ରଦାନ କରନ୍ତୁ।
  • ଏହି ଆକାଉଣ୍ଟ ଖୋଲିଗଲେ ଆପଣ ମୁଖ୍ୟ ଫର୍ମକୁ ଯାଇ ସେଠାରେ ବ୍ୟକ୍ତିଗତ ତଥ୍ୟ ଏବଂ ଯୋଗାଯୋଗ ସମ୍ପର୍କିତ ସୂଚନା ଏବଂ ଆଧାର କାର୍ଡ ଓ ଠିକଣା ଦେବାକୁ ପଡିବ।
  • ଏହାପରେ ଆବଶ୍ୟକୀୟ ଡକ୍ୟୁମେଣ୍ଟର ସ୍କାନ୍ କପି ଅପଲୋଡ଼ କରିବାକୁ ପଡିବ।
  • ତେବେ ଫର୍ମ- ୬ରେ ଦେଇଥିବା ସମସ୍ତ ସୂଚନାକୁ ଥରେ ଭଲ ଭାବରେ ପଢିବା ପରେ ସବମିଟ୍ (Submit)ଉପରେ କ୍ଲିକ୍ କରିବା ଉଚିତ ।
  • ଏହାପରେ ଆପଣଙ୍କ ମେଲ୍ ଆଇଡିରେ ଗୋଟେ ଲିଙ୍କ ମିଳିବ ।
  • ଏହି ଲିଙ୍କ ମାଧ୍ୟମରେ ଆପଣ ନିଜ ଭୋଟର ଆଇଡି କାର୍ଡ ଆପ୍ଲିକେସନ୍ ଷ୍ଟାଟସ୍ ସହଜରେ ଟ୍ରାକ କରିପାରିବେ ।

Get real time updates directly on you device, subscribe now.