fbpx

ମାତା ମନ୍ଦିରର ଗର୍ଭଗୃହରୁ ଆସୁଥିଲା ଅଜବ ସ୍ୱର, ଶୁଣିବା ପରେ ଲୋକମାନେ ଧାଇଁ ଆସି ଯାହା ଦେଖିଲେ..

ଓଡ଼ିଶା ଭାସ୍କର: ଲଖିମପୁର ଖେରିରୁ ଏକ ବଡ ଖବର ସାମ୍ନାକୁ ଆସିବାରେ ଲାଗିଛି । ଏଠିକାର ପ୍ରସିଦ୍ଧ ମାତା ମନ୍ଦିରରେ ପୂଜାରୀ ନିଜର ମନସ୍କାମନା ପୂରଣ ହେବା ପରେ ନିଜ ଜିଭକୁ ବ୍ଲେଡ୍‌ରେ କାଟି ମାତାଙ୍କ ଚରଣରେ ଚଢାଇ ଦେଇଛନ୍ତି । ତେବେ ଏହି ଘଟଣା ପରେ ପୂଜାରୀଙ୍କ ଅବସ୍ଥା ଗମ୍ଭୀର ହୋଇପଡିବାରୁ ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ଜିଲ୍ଲା ହସ୍ପିଟାଲରେ ପହଞ୍ଚାଇଥିଲେ ।

ଏହି ମାମଲା ଖେରୀର ନିଘାସନ ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି । ଏହି ଅଞ୍ଚଳର ଗୁଲରୀପୁରବା ଗ୍ରାମରେ ପ୍ରସିଦ୍ଧ ମା ରାଜ ରାଜେଶ୍ୱରୀ ମନ୍ଦିର ରହିଛି । ମନ୍ଦିରରେ ପୂଜାରୀ ମହନ୍ତ ବାବା ରାମ ସନେହୀ ଦାସ ଯଜ୍ଞ ଓ ପୂଜା କରିସାରିବା ପରେ ନିଜର ଜିଭ କାଟି ମାତାଙ୍କ ଚରଣରେ ଚଢାଇଥିଲେ । ଏହାପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେ ସେହି ମନ୍ଦିରରେ ପଡି ଯାଇଥିଲେ ।
୬୫ ବର୍ଷୀୟ ରାମସନେହୀ ଦାସ ମନ୍ଦିରର ପୂଜାରୀ ଅଟନ୍ତି । କିଛି ଶ୍ରଦ୍ଧାଳୁ କହିଛନ୍ତି ଯେତେବେଳେ ସେ ମନ୍ଦିରରେ ପୂଜା କରିବାକୁ ପହଞ୍ଚିଥିଲେ ସେତେବେଳେ ମନ୍ଦିରରୁ ଅଜବ ସ୍ୱର ଆସୁଥିଲା ଯେପରି କେହି ଯନ୍ତ୍ରଣାରେ ଚିତ୍କାର କରୁଛି । ଏହାପରେ କିଛି ଲୋକ ମାତାଙ୍କ ଗର୍ଭଗୃହକୁ ଯାଇ ଦେଖିଥିଲେ କି ସେଠାରେ ମନ୍ଦିରର ପୂଜାରୀ ରକ୍ତ ଜୁଡୁବୁଡୁ ହୋଇ ତଳେ ପଡିଛନ୍ତି ।

ଏବେ ପୂଜାରୀ ଜଣକ ହସ୍ପିଟାଲାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଅବସ୍ଥା ଗମ୍ଭୀର ଅଛି । କୁହାଯାଉଛି ମହନ୍ତ ବାବା ମାତାଙ୍କ ନିକଟରେ କିଛି ମନସ୍କାମନା ରଖିଥିଲେ ଯାହା ପୂରଣ ହେବା ପରେ ସେ ନିଜ ଜିଭ କାଟି ଚଢାଇ ଦେଇଥିଲେ ।

Get real time updates directly on you device, subscribe now.