ନୂଆଦିଲ୍ଲୀ: ଟେସଲା ଏବଂ ସ୍ପେସଏକ୍ସର ସିଇଓ ଏଲନ ମସ୍କ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଅର୍ଥାତ ଏଆଇକୁ ନେଇ ଭବିଷ୍ୟବାଣୀ କରିଛନ୍ତି । ଏଲନ ମସ୍କଙ୍କ କହିବାନୁଯାୟୀ, ଆସନ୍ତା ବର୍ଷ ପର୍ଯ୍ୟନ୍ତ ଏଆଇ ଯେକୌଣସି ଏକ ମଣିଷ ଠାରୁ ଅଧିକ ସ୍ମାର୍ଟ ହୋଇଯାଇପାରେ । ଏଲନ ମସ୍କ ଏହାର ଉତ୍ତର ଏକ ଭିଡିଓ କ୍ଲିପରେ ଦେଇଛନ୍ତି, ଯେଉଁଥିରେ ଏଆଇକୁ ହ୍ୟୁମ୍ୟାନ ଇଣ୍ଟେଲିଜେନ୍ସ ଲେବଲ ପର୍ଯ୍ୟନ୍ତ ପହଁଚାଇବା କଥା କୁହାଯାଇଛି ।
ଏକ ଭିଡିଓରେ କୁହାଯାଇଛି ଯେ, ୨୦୨୯ ପର୍ଯ୍ୟନ୍ତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ରିଆଲିଟୀ ହୋଇଯିବ । ଏଥିସହ ସେଥିରେ କୁହାଯାଇଛି ଯେ, ବର୍ତ୍ତମାନ ଆମେ ସେହି ଲେବଲ ପର୍ଯ୍ୟନ୍ତ ପହଁଚି ପାରିନୁ, ହେଲେ ୨୦୨୯ ପର୍ଯ୍ୟନ୍ତ ଏଆଇ କୌଣସି ମଧ୍ୟ ବ୍ୟକ୍ତି ସହ ମେଳ ଖାଇବ । ଏହି କ୍ଲିପର ରିଆକ୍ସନରେ ହିଁ ମସ୍କ ଏକ୍ସରେ ଲେଖିଛନ୍ତି ଯେ, ଏଆଇ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଯେକୌଣସି ଗୋଟିଏ ବ୍ୟକ୍ତି ଠାରୁ ଅଧିକ ସ୍ମାର୍ଟ ହୋଇଯିବ ଏବଂ ୨୦୨୯ ପର୍ଯ୍ୟନ୍ତ ଏହା ସମସ୍ତ ଲୋକଙ୍କ ତୁଳନାରେ ଅଧିକ ସ୍ମାର୍ଟ ହୋଇଯିବ ।
ଏଜିଆଇ ଜିଁ ହ୍ୟୁମାନ ଇଣ୍ଟେଲିଜେନ୍ସ ସହ ଜଡିତ । ଏଜିଆଇ ଅର୍ଥାତ ଆର୍ଟିଫିସିଆଲ ଜେନେରାଲ ଇଣ୍ଟେଲିଜେନ୍ସ ଏଆଇ ଠାରୁ ଅଧିକ ଶକ୍ତିଶାଳୀ ଭର୍ଜନ ହୋଇପାରେ । ଏହାକୁ ଏଆଇର ନେକ୍ସଟ ଲେବଲ ଭାବେ ଦେଖାଯାଉଛି । ଏଜିଆଇ ମଣିଷ ପରି ଲର୍ଣ୍ଣିଙ୍ଗ ଏବଂ ବୁଝିବାର କ୍ଷମତା ରଖିବ ଏବଂ ଏହା ପରେ ଡାଟାର ଏକ ବଡ ସଂଗ୍ରହ ହେବ ।