fbpx

IPL ଖେଳିବେ ନାହିଁ ହ୍ୟାରି ବ୍ରୁକ୍‌, ଇନଷ୍ଟାଗ୍ରାମରେ ଇମୋସନାଲ ପୋଷ୍ଟ କଲେ ଶେୟାର

ନୂଆଦିଲ୍ଲୀ: IPL ୨୦୧୪ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ଲାଗିଛି ବଡ଼ ଝଟକା । ବିସ୍ଫୋରକ ବ୍ୟାଟର ହ୍ୟାରି ବ୍ରୁକ୍ ଚଳିତ IPL ସିଜିନରୁ ଓହରିଯାଇଛନ୍ତି । ୨୦୨୩ ଡିସେମ୍ବରରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେୟର ଅକ୍ସନରେ ହ୍ୟାରି ବ୍ରୁକକୁ ୪ କୋଟି ଟଙ୍କାରେ ଦଳରେ ସାମିଲ କରିଥିଲା । ହ୍ୟାରି ବ୍ରୁକ୍ ଏହା ପଛରେ ଥିବା କାରଣର ଖୁଲାସା କରିଛନ୍ତି ।

ମାର୍ଚ୍ଚ ୨୨ରୁ ଆରମ୍ଭ ହେଉଛି IPL ର ୧୭ତମ ସିଜିନ୍ । ଚଳିତ ସିଜିନରେ ବିସ୍ଫୋରକ ବ୍ୟାଟର ହ୍ୟାରି ବ୍ରୁକଙ୍କୁ ଖେଳୁଥିବାର ଦେଖିବାକୁ ମଳିବ ନାହିଁ । ସେ ଏହି ସିଜିନରୁ ଓହରିଯାଇଛନ୍ତି । ତାଙ୍କର ଏଭଳି ନିଷ୍ପତ୍ତି ପ୍ରଶଂସକଙ୍କୁ ଆଘାତ କରିଛି । ଏନେଇ ସେ ଇନଷ୍ଟାଗ୍ରାମରେ ଏକ ଇମୋସନାଲ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘ମୁଁ ଏହା ଜଣାଇବାକୁ ଚାହୁଁଛି ଯେ IPL ର ଆଗାମୀ ସିଜିନ୍ ନ ଖେଳିବା ପାଇଁ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ନେବା ମୋ ପାଇଁ ବହୁତ କଠିନ ଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ଖେଳିବା ପାଇଁ ମୁଁ ବେଶ ଉତ୍ସାହିତ ଥିଲି । ଏହି ନିଷ୍ପତ୍ତି ବିଷୟରେ ବ୍ୟକ୍ତିଗତ ଭାବେ କାହାକୁ କହିବା ଆବଶ୍ୟକତା ନଥିଲା । କିନ୍ତୁ ଲୋକମାନେ କାହିଁକି ବୋଲି ପଚାରିବେ, ତେଣୁ ମୁଁ କହୁଛି । ଗତ ମାସ ମୁଁ ଜେଜେ ମା’ଙ୍କୁ ହରାଇଥିଲି । ମୋ ଜୀବନରେ ତାଙ୍କର ଗୁରୁତ୍ୱ ଅଧିକ । ପିଲାଦିନର ଅଧିକାଂଶ ସମୟ ତାଙ୍କ ସହ ବିତାଇଥିଲିା । ଯେତେବେଳେ ମୁଁ ଘରେ ରହୁଥିଲି ଏମିତି ଗୋଟିଏ ବି ଦିନ ନଥିବ ଯେବେ ମୁଁ ତାଙ୍କୁ ଘରେ ନ ଦେଖେ । ସେ ମୋତେ ଇଂଲଣ୍ଡ ଟିମରେ ଖେଳୁଥିବାର ଦେଖିଥିଲେ ବୋଲି ମୁଁ ଖୁସି ଅଛି ।’

 

 

Get real time updates directly on you device, subscribe now.