fbpx
BJD SKY
BJD SKY

ପ୍ରସନ୍ନ ଆଚାର୍ଯ୍ୟଙ୍କୁ କରାଯାଉଛି ଏୟାରଲିଫ୍ଟ, ଦୁର୍ଘଟଣା ଯୋଗୁଁ ଅଛନ୍ତି ଗୁରୁତର

BJD

ଓଡ଼ିଶା ଭାସ୍କର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଏୟାରଲିଫ୍ଟ କରାଯାଉଛି। ସମ୍ବଲପୁର ମେଡିକାଲରୁ ବର୍ତ୍ତମାନ ତାଙ୍କୁ ଭୁବନେଶ୍ୱରକୁ ଏୟାର ଲିଫ୍ଟ କରାଯାଉଥିବା ଦେଖିବାକୁ ମିଳିଛି।

ସୂଚନା ଥାଉକି, ଗତକାଲି ବିଳମ୍ବିତ ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ ପ୍ରସନ୍ନ ଆଚାର୍ଯ୍ୟ । ରେଢାଖୋଲ ବେଲଗଡ଼ରେ ତାଙ୍କ ଗାଡ଼ି ଏବଂ ଏକ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ତାଙ୍କ ପିଏସଓ ଏବଂ ଡ୍ରାଇଭର ମଧ୍ୟ ଏହି ଦୁର୍ଘଟଣାର ଶିକାର ହୋଇଥିଲେ । ଗୁରୁତର ଅବସ୍ତାରେ ସମସ୍ତଙ୍କୁ ଉଦ୍ଧାର କରି ସମ୍ବଲପୁରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଦୁର୍ଘଟଣାରେ ପ୍ରସନ୍ନଙ୍କ ମୁଣ୍ଡ, ଆଖି ଏବଂ ନାକରେ ଗୁରୁତର ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ତେବେ ପ୍ରସନ୍ନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱରକୁ ଏୟାର ଲିଫ୍ଟ କରାଯାଉଛି।

 

Get real time updates directly on you device, subscribe now.