fbpx

iPhone ହୋଇଯିବ Walkie-Talkie! ମେ ମାସ ପର୍ଯ୍ୟନ୍ତ ଫୋନରେ ଆସିବ ଏହି ଜବରଦସ୍ତ ଫିଚର

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ପାଇଁ ଆପ ନିଜ ୟୁଜର୍ସଙ୍କ ପାଇଁ ଆଇଫୋନରେ ଭଏସ ଇଣ୍ଟରାକ୍ସନ ପାଇଁ ନୂଆ ଫିଚର ଆଣିବା ନେଇ ପ୍ରସ୍ତୁତି ଚଳାଇଛି । ଏହା ଚାଲିବା ମାତ୍ରେ ଆଇଫୋନ ଖୁବଶିଘ୍ର ୱାଲୀ-ଟକୀ ପରି କାମ କରିପାରିବ । ଏକ ରିପୋର୍ଟରେ କୁହାଯାଇଛି ଯେ, ମାଇକ୍ରୋସଫ୍ଟର ଟିମ୍ସ ଆପରେ ଆଇଫୋନ ପାଇଁ ୱାକୀ-ଟକୀ ଫଙ୍କସନାଲିଟୀ ଇଣ୍ଟିଗ୍ରେଟ କରିବାର ଯୋଜନା ରଖିଛି । ଏହି ଫିଚର ଆପଣଙ୍କୁ ଆଇଫୋନରେ ମେ ମାସ ପର୍ଯ୍ୟନ୍ତ ଦେଖିବାକୁ ମିଳିବ ।

ରିପୋର୍ଟ ମୁତାବକ ଏହି ଇନୋଭେସନରେ ୟୁଜର୍ସଙ୍କୁ ସେଫ ଭଏସ କମ୍ୟୁନିକେଶନ ଏକ୍ସପେରିଏନ୍ସ ମିଳିବାକୁ ଯାଉଛି । ଆଇଫୋନ ୟୁଜର୍ସଙ୍କୁ ନିଜ ଫୋନର ଲକ ସ୍କ୍ରିନରେ ହିଁ ୱାକି-ଟକୀ ଫକ୍ସନର ସୁବିଧା ମିଳିବ । ଏହି ଇଣ୍ଟିଗ୍ରେସନ ମେ’ରେ ଲାଗୁ ହେବାର ଆଶା ରହିଛି । ତେବେ ଡେଭଲପର୍ସଙ୍କ କହିବାନୁ୍‌ାୟୀ, ଏଥିରେ କିଛି ଅପ୍ରତ୍ୟାଶିତ ଚ୍ୟାଲେଞ୍ଜ ରହିଛି । ଯାହା ପାଇଁ ଏହା ରୋଲଆଉଟ ହେବାରେ ସମୟ ଲାଗିପାରେ ।

ସୂଚନାନୁଯାୟୀ, ୱାକୀ-ଟକୀ ଫିଚର ଆଣିବା ପାଇଁ ମାଇକ୍ରୋସଫ୍ଟ କମ୍ପନୀ ଆପଲର ପୁସ-ଟୁ-ଟକ ଫ୍ରେମୱର୍କର ବ୍ୟବହାର କରିବାକୁ ଯାଉଛି । ଏହି ଆଇଓଏସ ଏବଂ ଆଣ୍ଡ୍ରଏଡ ପ୍ଲାଟଫର୍ମରେ ମାଇକ୍ରୋସଫ୍ଟ ଟିମ ପାଇଁ ଜିସିସି କ୍ଲାଉଡ ଇଷ୍ଟେସ ଉପରେ ଏକ୍ସେସିବଲ ହେବ । ଆଇଡି ୩୮୮୪୮୬ ପକ୍ଷରୁ ପରିଚିତ ହୋଇଥିବା ଏହି ଅଡିଶନକୁ ମାଇକ୍ରୋସଫ୍ଟ ୩୬୫ ରୋଡମ୍ୟାପରେ ହାଇଲାଇଟ କରାଯାଇଥିଲା । ଏହି ଟିମର ଫଙ୍କସନାଲିଟୀ ବଢାଇବାରେ ଏକ ବଡ଼ ଏବଂ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ ।

Get real time updates directly on you device, subscribe now.