fbpx

IPL 2024ରେ ସବୁଠାରୁ ଦୃତ ବୋଲିଂ କରି ଚର୍ଚ୍ଚାରେ ମୟଙ୍କ, ଶେୟାର କଲେ ଫିଟନେସ୍ ରୁଟିନ୍

ଓଡ଼ିଶା ଭାସ୍କର: ଲକ୍ଷ୍ନୌ ସୁପର ଜିଆଣ୍ଟସର ସବୁଠାରୁ ଶକ୍ତିଶାଳୀ ବୋଲର ଭାବରେ ମୟଙ୍କ ଯାଦବଙ୍କ ଉତ୍କୃଷ୍ଟ ଫର୍ମ ଜାରି ରହିଛି । ମଙ୍ଗଳବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ୩ଟି ୱିକେଟ ନେଇ ତାଙ୍କ ଦଳକୁ ବିଜୟର ସ୍ୱାଦ ଚଖାଇଥିଲେ । ଚଳିତ ଆଇପିଏଲ୍ ସିଜିନରେ ପଞ୍ଜାବ କିଙ୍ଗ୍‌ସ ବିପକ୍ଷରେ ୧୫୬.୭ କିମି ପ୍ରତି ଘଣ୍ଟା ବେଗରେ ବୋଲିଂ କରି ଚର୍ଚ୍ଚାରେ ଥିଲେ ମୟଙ୍କ ।

ଚଳିତ ଆଇପିଏଲ ସିଜିନରେ ଲକ୍ଷ୍ନୌ ସୁପର ଜିଆଣ୍ଟସର ଉପ ଅଧିନାୟକ ନିକୋଲାସ ପୁରନଙ୍କ ନେତୃତ୍ୱରେ ଦଳ ପ୍ରଥମ ବିଜୟ ହାସଲ କରିଥିଲା । ଘରୋଇ କ୍ରିକେଟ ପରେ ଏବେ ଆଇପିଏଲରେ ଡେବ୍ୟୁ କରି ଦମଦାର ବୋଲିଂ ମାଧ୍ୟମରେ ସମସ୍ତଙ୍କୁ ଚକିତ କରିଛନ୍ତି ମୟଙ୍କ ଯାଦବ । ଗ୍ଲେନ୍ ମେକ୍ସ ୱେଲ, କୈମରୁନ୍ ଗ୍ରୀନ୍ ଏବଂ ରଜତ ପାଟିଦାରଙ୍କ ୱିକେଟ ନେଇଥିବାରୁ RCBର ବ୍ୟାଟିଂ ପ୍ରଭାବିତ ହୋଇଥିଲା । ମାତ୍ର ୨୧ ବର୍ଷ ବୟସରେ ମୟଙ୍କର ଏହି ଚମତ୍କାର ପ୍ରଦର୍ଶନ ପଛର ଯାତ୍ରା ଏତେ ସହଜ ନଥିଲା । ତେବେ ନିକଟରେ ମୟଙ୍କ ଯାଦବ ତାଙ୍କ ଫିଟନେସର ରହସ୍ୟ ଶେୟାର କରିଛନ୍ତି ।

– ନିଜ ଫିଟନେସ ଏବଂ ଷ୍ଟାମିନା ବଜାୟ ରଖିବା ପାଇଁ ସେ ପ୍ରାୟ ୨ରୁ ୩ ଘଣ୍ଟାର ଇଣ୍ଟେନ୍ସ ୱାର୍କଆଉଟ୍ କରିଥାନ୍ତି । ଏହା ସହ ସେ କାର୍ଡ଼ିଓ ଏକ୍ସରସାଇଜ୍ ମଧ୍ୟ କରନ୍ତି ଯାହା ଷ୍ଟାମିନାକୁ ଉନ୍ନତ କରିଥାଏ ।

– ସେ ତାଙ୍କ leg musclesକୁ ଶକ୍ତ କରିବା ଉପରେ ଅଧିକ ଧ୍ୟାନ ଦିଅନ୍ତି ।

– ସେ ତାଙ୍କ ଫିଟନେସ ରୁଟିନରେ ୱଟ୍ ଲିଫ୍ଟିଂ ସାମିଲ କରିବାକୁ ଭୁଲନ୍ତି ନାହିଁ ।

– ମୟଙ୍କ ନିରାମିଷ ଭୋଜନ ସେବନ କରନ୍ତି ।

– ଉପଯୁକ୍ତ ଟ୍ରେନିଂ ଏବଂ ଡାଏଟ୍ ବ୍ୟତୀତ ମୟଙ୍କ ପର୍ଯ୍ୟାପ୍ତ ନିଦ୍ରା ନେଇଥାନ୍ତି ।

ମାତ୍ର ୨୧ ବର୍ଷରେ ସଫଳତାର ଶୀର୍ଷ ଛୁଇଁଥିବା ମୟଙ୍କ ନିଜ ଫିଟନେସକୁ ନେଇ ବହୁତ ଅନୁଶାସିତ । କଡ଼ା ପରିଶ୍ରମ ବଳରେ ମୟଙ୍କ ନିଜକୁ ଫିଟ୍ ରଖିପାରିଛନ୍ତି । ତାଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ଦର୍ଶକଙ୍କ ମନ ଜିଣି ପାରିଛି ।

Get real time updates directly on you device, subscribe now.