fbpx

ପଞ୍ଜାବ ସହିତ ଉତ୍ତର ଭାରତରେ ଭୂକମ୍ପର ଜୋରଦାର ଝଟକା: ଲୋକେ ଛାନିଆ, ଜାଣନ୍ତୁ କେତେ ଥିଲା ତୀବ୍ରତା ?

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ଗୁରୁବାର ଦିନ ୫.୩ ତୀବ୍ରତାର ଏକ ଭୂକମ୍ପ ଘଟିଛି ଏବଂ ଉତ୍ତର ଭାରତର ଅନେକ ସ୍ଥାନରେ ଏହାର ଝଟକା ଅନୁଭୂତ ହୋଇଛି ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ (ରାଜସ୍ୱ ଏବଂ ବିପର୍ଯ୍ୟୟ) ଓଙ୍କାର ଶର୍ମା ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି ଯେ, ଭୂକମ୍ପର କେନ୍ଦ୍ରସ୍ଥଳ ପାଙ୍ଗି ନିକଟ ଗ୍ରାମରେ ଯୋଗାଯୋଗ ନେଟୱାର୍କ ପ୍ରଭାବିତ ହୋଇଛି ଏବଂ ଏହି ଅଞ୍ଚଳକୁ ଅନେକ ଦଳ ପଠାଯାଇଛି । ତେବେ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର କୌଣସି ସୂଚନା ନାହିଁ ବୋଲି ସେ କହିଛନ୍ତି ।

ଶର୍ମାଙ୍କ ଅନୁଯାୟୀ, ଚମ୍ବା ଅଞ୍ଚଳରେ ଦୀର୍ଘ ଦିନ ଧରି ଏହି ଭୂକମ୍ପ ଅନୁଭୂତ ହୋଇଥିଲା, ବିଶେଷ କରି ଭୂକମ୍ପ କେନ୍ଦ୍ର ପାଙ୍ଗି ନିକଟରେ । ଶିମଲାରେ ପାଣିପାଗ ବିଭାଗର ଅଧିକାରୀ କହିଛନ୍ତି ଯେ ଚମ୍ବା ଜିଲ୍ଲାର ୧୦ କିଲୋମିଟର ଗଭୀରରେ ଏହି ଭୂକମ୍ପ ଅନୁଭୂତ ହୋଇଥିିଲା ।

ଜାତୀୟ ଭୂକମ୍ପ କେନ୍ଦ୍ର କହିଛି ଯେ ରାତି ୯.୩୪ ରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ସେ କହିଛନ୍ତି ଯେ ଚଣ୍ଡିଗଡ଼ ସହିତ ପଞ୍ଜାବ ଏବଂ ହରିୟାଣାର ବିଭିନ୍ନ ସ୍ଥାନରେ ସାମାନ୍ୟ ଭୂକମ୍ପ ଅନୁଭୂତ ହୋଇଛି ।

Get real time updates directly on you device, subscribe now.