fbpx

୮ଘଣ୍ଟା ଧରି ହଲଚଲ ନ ହୋଇ ଗୋଟିଏ ସ୍ଥାନରେ ବସିରହିଲେ ମସ୍ତିଷ୍କ, ଗର୍ଭାଶୟ ଓ ପେଟ ସମ୍ବନ୍ଧୀୟ କ୍ୟାନସର ହେବାର ସମ୍ଭାବନା !

ଯେକୌଣସି ସ୍ଥାନରେ ବସି ରହିବା ଏକ ପ୍ରକାର ସାଧାରଣ କଥା ହୋଇଗଲାଣି। ତାହା ଘରେ ବସି ଟିଭି ଦେଖିବା, ସୋସିଆଲ ମିଡିଆରେ ବିତାଇବା କୁହାଯାଉ କିମ୍ବା ଅଫିସରେ ଦୀର୍ଘ ସମୟ ବସି ରହି କାମ କରିବା। ଘରେ ହେଉ କି ବାହାରେ ଦୀର୍ଘସମୟ ଧରି ବସି ରହିବା ଆମ ଲାଇଫଷ୍ଟାଇଲର ଗୋଟିଏ ବିଶେଷ ଅଂଶ ଭାବେ ଜଡିତ ହୋଇଗଲାଣି।

ଲମ୍ବା ସମୟ ବସି ରହିବା ଦ୍ୱାରା ଡାକ୍ତର ଆମକୁ ମେଦବହୁଳତା ହେବା ନେଇ ସତର୍କ କରାଇଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି, ଏହାଦ୍ୱାରା ଶରୀରରେ ବିଭିନ୍ନ ପ୍ରକାର କ୍ୟାନସର ହେବାର ବିପଦକୁ ବଢାଇ ଦେଇଥାଏ। ଆସନ୍ତୁ ଜାଣିବା ଏସମ୍ପର୍କରେ…

ଏହି ଅଭ୍ୟାସ ରକ୍ତ ସଞ୍ଚାଳନକୁ ପ୍ରଭାବିତ କରିଥାଏ। ଏଥିସହ ମେଟାବୋଲିଜିମ ହାରକୁ କମାଇ ଦେଇଥାଏ ଏବଂ ଶରୀରରେ ଇନସୁଲିନ ସ୍ତରକୁ ବଢାଇଥାଏ। ଯାହା କ୍ୟାନସର ହେବାର ଆଶଙ୍କାକୁ ବଢାଇଥାଏ। ଅଧ୍ୟୟନରୁ ଜଣାପଡିଛି କି, ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ବସି ରହିବା ଦ୍ୱାରା କ୍ୟାନସର ହେବାର ବିପଦ ବୃଦ୍ଧି ପାଇଥାଏ। ୮ଘଣ୍ଟା ଧରି ହଲଚଲ ନ ହୋଇ ଗୋଟିଏ ସ୍ଥାନରେ ବସି ରହିଲେ ମସ୍ତିଷ୍କ, ଗର୍ଭାଶୟ ଓ ପେଟ ସମ୍ବନ୍ଧୀୟ କ୍ୟାନସର ହେବାର ସମ୍ଭାବନା ରହିଛି। ଯେଉଁମାନେ ସବୁ କାମରେ ଆକ୍ଟିଭ ରୁହନ୍ତି, ବେଶୀ ସମୟ ବସି ରୁହନ୍ତିନି ସେମାନଙ୍କୁ ଏପରି ହେବାର ସମ୍ଭାବନା ନ ଥାଏ।

ଏଥିପାଇଁ ସତର୍କତା ଅବଲମ୍ବନ କରିବା ଉଚିତ୍‌। ବସିବା ଭିତରେ ପ୍ରତିଥର ୩୦ମିନିଟର ବ୍ରେକ୍‌ ନିଅନ୍ତୁ। ଠିଆ ହୋଇ ଟିଭି ଦେଖିବା ସହ ଫୋନରେ କଥା ହୁଅନ୍ତୁ। ପ୍ରତିଦିନ ଯୋଗ, ପ୍ରାଣାୟମ କିମ୍ବା କୌଣସି ବ୍ୟାୟମ କରନ୍ତୁ।

 

Get real time updates directly on you device, subscribe now.