ପୂର୍ବତନ ସାଂସଦ ଅଶଫାକ କରିମ ଦଳ ଛାଡ଼ିଲେ: ଲୋକସଭା ନିର୍ବାଚନ ପୂର୍ବରୁ ଆରଜେଡିକୁ ବଡ଼ ଝଟକା

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖଠାରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବ । ଏଥିସହିତ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ହେବ । ଜୁନ ମାସ ୪ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା ହେବ । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ପର୍ଯ୍ୟାୟକ୍ରମେ ନିଜ ନିଜର ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ଏଭରି ସ୍ଥିତିରେ ରାଜନେତାଙ୍କର ଦଳ ବଦଳ ପ୍ରକ୍ରିୟା ଦେଖିବାକୁ ମିଳୁଛି ।

ତେବେ ଲୋକସଭା ନିର୍ବାଚନକୁ ମାତ୍ର ଦିନ କେଇଟା ବାକି ଥିବାବେଳେ ଏହା ମଧ୍ୟରେ ଆରଜେଡିକୁ ଲାଗିଛି ଏକ ବଡ଼ ଝଟକା । ପୂର୍ବତନ ରାଜ୍ୟସଭା ସାଂସଦ ଡାକ୍ତର ଅଶଫଶକ କରିମ ଦଳରୁ ଇସ୍ତଫା ଦେଇଛନ୍ତି । ଦଳ ଛାଡ଼ିବା ନେଇ କରିମ ପୂର୍ବରୁ ସଙ୍କେତ ଦେଇଥିଲେ । ଅଶଫାକ ନିଜର ଇସ୍ତଫା ପତ୍ର ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ନିକଟକୁ ପଠାଇଛନ୍ତି । ଅଶଫାକ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ଏଥର କରିମଙ୍କୁ ଲୋକସଭା ଆସନ ପାଇଁ ଟିକେଟ ମିଳିନଥିଲା । ତେଣୁ ସେହି କାରଣରୁ ଅସନ୍ତୋଷ ବ୍ୟକ୍ତ କରି ସେ ଦଳ ଛାଡ଼ିଥିବା କୁହାଯାଉଛି ।