fbpx

ଲୋକଙ୍କ ବଡ଼ ଭୁଲ ବିଷୟରେ କହିଲା Google : ୨ ମିନିଟରେ ଖାଲି ହୋଇପାରେ ଆକାଉଣ୍ଟ, ଏପରି ରୁହନ୍ତୁ ସୁରକ୍ଷିତ

ଅନଲାଇନ୍ ଠକେଇର ଆଶଙ୍କା ଅନେକ ମାତ୍ରାରେ ବୃଦ୍ଧି ପାଇଛି । ସାଇବର ଅପରାଧୀମାନେ ଇଣ୍ଟରନେଟ ବ୍ୟବହାରକାରୀଙ୍କୁ ନୂଆ ଉପାୟରେ ପ୍ରତାରଣା କରୁଛନ୍ତି । ଅନଲାଇନ୍ ପ୍ଲାଟଫର୍ମରେ କରାଯାଇଥିବା ଏକ ଛୋଟ ଭୁଲ ବ୍ୟକ୍ତିଗତ ତଥ୍ୟ ଲିକ୍ ହୋଇପାରେ ଏବଂ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଖାଲି କରିପାରେ ।

ଗୁଗୁଲ ମଧ୍ୟ ଏହି ବିପଦକୁ ବୁଝୁଛି । ଏହାକୁ ଦୃଷ୍ଟିରେ ରଖି ଗୁଗୁଲ ବ୍ୟବହାରକାରୀଙ୍କ କିଛି ଭୁଲ ବିଷୟରେ କହିଛି, ଯେଉଁ କାରଣରୁ ଅନଲାଇନ୍ ସ୍କାମର ଆଶଙ୍କା ଯଥେଷ୍ଟ ବଢ଼ିଥାଏ । ଆସନ୍ତୁ ଜାଣିବା ସବିଶେଷ ତଥ୍ୟ ।

ସମାନ ପାସୱାର୍ଡକୁ ବାରମ୍ବାର ବ୍ୟବହାର କରିବା :-
ଗୁଗୁଲର ସାଇନ୍-ଇନ୍ ସିକ୍ୟୁରିଟିର ସିନିୟର ପ୍ରଡକ୍ଟ ମ୍ୟାନେଜର ଶ୍ରୀରାମ କର କହିଛନ୍ତି ଯେ, ବ୍ୟବହାରକାରୀଙ୍କୁ ବାରମ୍ବାର ସମାନ ପାସୱାର୍ଡ ବ୍ୟବହାର କରିବାର ଅଭ୍ୟାସ ତ୍ୟାଗ କରିବାକୁ ପଡ଼ିବ । ଜିମେଲ ଆକାଉଣ୍ଟର ସୁରକ୍ଷା ପାଇଁ ଏହା କରିବା ଆବଶ୍ୟକ । ଯଦି ଆପଣଙ୍କର ଜିମେଲ ପାସୱାର୍ଡ ଅନ୍ୟ ପ୍ଲାଟଫର୍ମରେ ସେୟାର କରାଯାଏ, ତେବେ ଆପଣ ସମୟ ସମୟରେ ପାସୱାର୍ଡ ପରିବର୍ତ୍ତନ ନକଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଯଦି ଜିମେଲ ପାସୱାର୍ଡ ସେୟାର କରାଯାଇଥିବା ପ୍ଲାଟଫର୍ମ ହ୍ୟାକ୍ ହୁଏ, ତେବେ ଆପଣଙ୍କର ଜିମେଲ ଆକାଉଣ୍ଟ ସୁରକ୍ଷିତ ରହିବ ନାହିଁ ।

୨-ଷ୍ଟେପ୍ ଭେରିଫିକେସନକୁ ଆବଶ୍ୟକ ନଭାବିବା :-
୨-ଷ୍ଟେପ୍ ଭେରିଫିକେସନରୁ ଦୂରେଇ ରହିବା ଆପଣଙ୍କୁ ଅନଲାଇନ୍ ଠକେଇର ନିକଟତର କରିପାରେ । ସାଇନ-ଇନ୍ ସୁରକ୍ଷାକୁ ଉନ୍ନତ କରିବା ପାଇଁ ୨-ଷ୍ଟେପ୍ ଭେରିଫିକେସନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସିନିୟର ପ୍ରଡକ୍ଟ ମ୍ୟାନେଜର ଶ୍ରୀରାମ କର କହିଛନ୍ତି ଯେ, ୨-ଷ୍ଟେପ୍ ଭେରିଫିକେସନ ବ୍ୟବହାର କରି ଅନେକ ପ୍ରକାରର ଅନଲାଇନ୍ ଆକ୍ରମଣକୁ ଏଡାଯାଇପାରିବ । ଏହା ମଧ୍ୟ ଉପଭୋକ୍ତାମାନଙ୍କୁ ସମସ୍ତ ସ୍ୱୟଂଚାଳିତ ବଟ୍ ଆକ୍ରମଣରୁ ସୁରକ୍ଷିତ ରଖେ ।

ସଫ୍ଟୱେର୍ ଅପଡେଟ୍ କୁ ଅଣଦେଖା :-
ଅତ୍ୟାଧୁନିକ ସଫ୍ଟୱେର୍ ଅପଡେଟ୍ କୁ ଉପେକ୍ଷା କରି ଉପଭୋକ୍ତାମାନେ ମଧ୍ୟ ନିଜ ପାଇଁ ଅସୁବିଧା ବଡାଇପାରନ୍ତି । ଗୁଗୁଲ ଆଇଡେଣ୍ଟିର ଗ୍ରୁପ ପ୍ରଡକ୍ଟ ପରିଚାଳକ ଖ୍ରୀଷ୍ଟିଆନ ବ୍ରାଣ୍ଡ କହିଛନ୍ତି ଯେ ସଫ୍ଟୱେୟାର ଅପଡେଟ୍ ଇନଷ୍ଟଲ୍ କରିବାକୁ ପରାମର୍ଶ ଦିଆଯାଇଛି । ଅନଲାଇନ୍ ସିକ୍ୟୁରିଟୀ ନିଶ୍ଚିତ କରିବାକୁ ଡିଭାଇସରେ ସଫ୍ଟୱେର୍ ଅପଡେଟ୍ ଇନଷ୍ଟଲ୍ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଅପଡେଟଗୁଡ଼ିକରେ ସିକ୍ୟୁରିଟୀ ପ୍ୟାଚ୍ ଥାଏ, ଯାହା ହ୍ୟାକିଂର ବିପଦକୁ ହ୍ରାସ କରିଥାଏ ।

ଏକ ମୋବାଇଲ୍ ଡିଭାଇସରେ ସ୍କ୍ରିନ୍ ଲକ୍ ପିନ୍ ସେଟ୍ ନକରିବା :-
ଫୋନର ଲକ୍ ସ୍କିନକୁ ସରଳ ପିନରେ ଲକ୍ କରିବା ବିପଜ୍ଜନକ ହୋଇପାରେ । ହ୍ୟାକରମାନେ ଏହିପରି ପିନକୁ ସହଜରେ ବ୍ରେକ୍ କରି ଆପଣଙ୍କ ଡାଟା ଚୋରି କରିପାରିବେ । ୧୨୩୪ ପରି ସହଜ ପିନ୍ ଠାରୁ ଦୂରେଇ ରହିବାକୁ ଶ୍ରୀରାମ କର ୟୁଜର୍ସଙ୍କୁ ପରାମର୍ଶ ଦେଇଛନ୍ତି ।

ସନ୍ଦେହଜନକ ଲିଙ୍କ ଉପରେ କ୍ଲିକ୍ କରିବା :-
ସାଇବର ଅପରାଧୀମାନେ ସନ୍ଦେହଜନକ ଲିଙ୍କ ପଠାଇ ଉପଭୋକ୍ତାମାନଙ୍କୁ ଜାଲରେ ପକାଇବାକୁ ଚେଷ୍ଟା କରନ୍ତି । ଅସଲି ପରି ଦେଖାଯାଉଥିବା ଲିଙ୍କ୍ ପଠାଇ ହ୍ୟାକରମାନେ ଠକିବାକୁ ଚେଷ୍ଟା କରନ୍ତି । ଜଣେ ଗୁଗୁଲ୍ ଅଧିକାରୀ କହିଛନ୍ତି ଯେ ଉପଭୋକ୍ତାଙ୍କୁ କୌଣସି ଲିଙ୍କରେ କ୍ଲିକ୍ କରିବାକୁ ସମ୍ପୂର୍ଣ୍ଣ ବାରଣ କରିବା ଟିକେ କଷ୍ଟକର । ଆଜିକାଲି, ହ୍ୟାକରମାନେ ମାସ୍କଡ୍ ଲିଙ୍କ୍ ବ୍ୟବହାର କରୁଛନ୍ତି, ଯାହା ଅସଲି ପରି ଦେଖାଯାଉଛି । ଏଗୁଡିକୁ ଏଡାଇବା ପାଇଁ ଉପଭୋକ୍ତାମାନଙ୍କୁ ନିଜେ ଟିକେ ସତର୍କ ରହିବାକୁ ପଡିବ ।

ପାସୱାଡ ରିକଭରୀ ନକରିବା :-
ପାସୱାର୍ଡ ଭୁଲିଯିବା ଏକ ସାଧାରଣ କଥା । ସୋସିଆଲ ମିଡିଆ, ନେଟ ବ୍ୟାଙ୍କିଙ୍ଗ ଏବଂ ଇମେଲ ବ୍ୟତୀତ ଉପଭୋକ୍ତାମାନେ ଅନେକ ଆକାଉଣ୍ଟ ପାଇଁ ବିଭିନ୍ନ ପାସୱାର୍ଡ ରଖନ୍ତି । ଏତେ ସଂଖ୍ୟକ ପାସୱାର୍ଡ ମନେରଖିବା ବହୁତ କଷ୍ଟକର । ଫୋନ୍ ହଜିଗଲେ ସମସ୍ୟା ଯଥେଷ୍ଟ ବୃଦ୍ଧି ପାଇଥାଏ । ଏପରି ପରିସ୍ଥିତିରେ, ଯଦି ଆପଣ ଭୁଲିଯାଇଥିବା ପାସୱାର୍ଡ ରିକଭରୀ ପାଇଁ ଚିନ୍ତା କରୁନାହାଁନ୍ତି, ତେବେ ଆପଣ ବହୁତ ଦୁଃଖିତ ହୋଇପାରନ୍ତି । ଏପରି ପରିସ୍ଥିତିରେ ରିକଭରୀ ଇମେଲ ଏବଂ ଫୋନ୍ ନମ୍ବର ଆପଣଙ୍କୁ ସବୁବେଳେ ସାହାଯ୍ୟ କରିବ । ଏହାଦ୍ୱାରା ଗୁଗୁଲ୍ ଆପଣଙ୍କ ସହିତ ଯୋଗାଯୋଗ କରିବାରେ ଏବଂ ଲକ୍ ହୋଇଥିବା ଆକାଉଣ୍ଟକୁ ପୁଣି ରିକଭରୀ କରିବାରେ ସାହାଯ୍ୟ କରିବ ।

Get real time updates directly on you device, subscribe now.