fbpx

UG ଓ PGର ପରୀକ୍ଷା ବାତିଲ କଲେ ସରକାର

ଭୁବନେଶ୍ୱର,୧୧ ।୬(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ମାଡିଚାଲିଛି । ଏହାରି ମଧ୍ୟରେ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସହ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି । ବୈଠକ ପରେ ୟୁଜି ଓ ପିଜିର ବାକିଥିବା ଫାଇନାଲ ସେମିଷ୍ଟାରକୁ ବାତିଲ କରାଯାଇଛି । ସମସ୍ତ ଥିଓରି ଓ ପ୍ରାକ୍ଟିକାଲ ପରୀକ୍ଷାକୁ ବାତିଲ କରିଛନ୍ତି ସରକାର । UGC ପ୍ରସ୍ତାବ ଅନୁସାରେ, ବିକଳ୍ପ ମୂଲ୍ୟାୟନ ଜରିଆରେ ଅଗଷ୍ଟ ଶେଷ ସୁଦ୍ଧା ପରୀକ୍ଷା ଫଳ ବାହାରିବ । କରୋନା ସ୍ଥିତି ମୁକାବିଲା ନେଇ ଉଚ୍ଚଶିକ୍ଷା ବିଭାଗ ପରୀକ୍ଷା ବାତିଲ କରିଛି ।

ତେବେ ଅଧିକ ନମ୍ବର ରଖିବା ଯୋଗ୍ୟ ଭାବୁଥିବା ପିଲା ନଭେମ୍ବରରେ ପରୀକ୍ଷା ଦେବେ । କିନ୍ତୁ ପରୀକ୍ଷା ସରିଥିବା ବିଶ୍ୱବିଦ୍ୟାଳୟ ଓ କଲେଜଗୁଡିକରେ ଏହା ଲାଗୁ ହେବନି ବୋଲି ନିଷ୍ପତ୍ତି ନିଆଯାଇଛି । ଫାଇନାଲ ସେମିଷ୍ଟାରର ବ୍ୟାକ୍ ପେପର ଥିବା ପିଲାଙ୍କ ପରୀକ୍ଷା ବାତିଲ ହୋଇଛି । କିନ୍ତୁ ମେଡିକାଲ ପାଠ୍ୟକ୍ରମର ପରକ୍ଷା ଧାର୍ଯ୍ୟ ତାରିଖରେ ହେବ ।

Get real time updates directly on you device, subscribe now.