CHARIDHAM

ମହିଳାଙ୍କ ଠାରୁ ଠକିନେଲେ ଦେଢ କୋଟି ଟଙ୍କା, ପରେ ଏପରି ଗୁମର ଖୋଲିଲା ଥାଇଲ୍ୟାଣ୍ଡ-ନେପାଳ ନେଟୱର୍କ ବିଷୟରେ

ନୂଆଦିଲ୍ଲୀ: ପ୍ରତିଦିନ ସାଇବର ଠକେଇର ନୂଆ ମାମଲା ସାମ୍ନାକୁ ଆସୁଛି । ସାଇବର ଠକେଇ ବିଭିନ୍ନ ପଦ୍ଦତିର ପ୍ରୟୋଗ କରି ଲୋକମାନଙ୍କ ସହ ଦୁର୍ନୀତି କରୁଛି । ଏହାରି ମଧ୍ୟରେ ଏପରି ଏକ ମାମଲା ଉତ୍ତର ପ୍ରଦେଶର ପ୍ରୟାଗରାଜ ଅଞ୍ଚଳରେ ଦେଖିବାକୁ ମିଳିଛି । ଯାଞ୍ଚରୁ ଜଣାପଡିଛି ଯେ, ସାଇବର ଠକେଇର ଯୋଗାଯୋଗ ଥାଇଲ୍ୟାଣ୍ଡ ଏବଂ ନେପାଳ ସହ ଅଛି ଏହା ସହିତ ଏମାନେ କିପରି ଲୋକମାନଙ୍କୁ ଶିକାର କରନ୍ତି ଜଣା ପଡିଛି ।

ସୂଚନା ଅନୁସାରେ, ଉତ୍ତପ୍ରଦେଶର ପ୍ରୟାଗ ଅଞ୍ଚଳରେ ଜଣେ ମହିଳା ସାଇବର ଠକେଇର ଶିକାର ହୋଇଛନ୍ତି । ନକଲି ଡିସିପି ସାଜି କଲ୍ କରି ସେହି ମହିଳାଙ୍କୁ ୧.୪୮କୋଟି ଟଙ୍କାର ଚୂନା ଲଗେଇଛି । ଏହା ପରେ ମହିଳା ଜଣଙ୍କ ଉତ୍ତରପ୍ରଦେଶ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ଯାହାପରେ ପୋଲିସ୍ ଯାଞ୍ଚ କରି କିଛିଟା ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ କହିବା ଅନୁସାରେ, ଅନଲାଇନ ମାଧ୍ୟମରେ ଥାଇଳ୍ୟାଣ୍ଡ ଏବଂ ନେପାଳରେ ବସି ଏହି ସ୍କାମ ଗୁଡିକ କରାଯାଉଛି । କେବଲ ଏହା ନୁହେଁ ସମୋନେ ଭାରତରେ ମଧ୍ୟ କେତେ ଗୁଡିଏ ରାଜ୍ୟରେ ସାଇବର ଠକେଇ ପାଇଁ ଏଜେଣ୍ଟ ରଖିଛନ୍ତି ।

ପ୍ରଥମେ ସେମାନେ ମୋବାଇଲ ଉପଭୋକ୍ତାର ଏକ ଆପ ଡାଉନ ଲୋଡ କରୁଛନ୍ତି ପରେ ସାଇବର ଠକେଇ ଉପଭୋକ୍ତା ମୋବାଇଲକୁ ନିଜ ଅଧୀନରେ ଆଣି ଡିଜିଟାଲ ଆରେଷ୍ଟର ଶିକାର କରୁଛନ୍ତି। ଏହା ପରେ ସେ ବ୍ୟାଙ୍କ ଖାତାରୁ ସବୁ ଟଙ୍କା ବାହାର କରି ଭିନ୍ନ ଭିନ୍ନ ବ୍ୟାଙ୍କ୍ ଖାତାକୁ ସ୍ଥାନାନ୍ତର କରି ନିଜ ବ୍ୟାଙ୍କ ଖାତାକୁ ଆଣୁଛନ୍ତି । ଏହି ପରି ଭାବରେ ସାଇବର ଠକେଇ ଲୋକ ମାନଙ୍କୁ ଲୁଟିଥ୍‌ବାର ପୁଲିସ୍ ତଦନ୍ତରୁ ଜଣା ପଡିଛି ।