fbpx

(Video): ମୁଁ ଆତ୍ମହତ୍ୟା କରୁନାହିଁ, ମୋତେ କୌଣସି କ୍ଷତି ହେଲେ …, କାହିଁକି Pfizer ହ୍ୱିସିଲବ୍ଲୋଅର ଏପରି କହିଲେ ?

ଲଣ୍ଡନ: ଗତ ସପ୍ତାହ ବୋଇଂର ୨ୟ ହ୍ୱିସିଲବ୍ଲୋଅର(Boeing whistleblower)ଙ୍କ ଦେହାନ୍ତ ପରେ Pfizer whistleblower ମେଲିସା ମେକଏଟି(Melissa McAtee) ଏକ ଭିଡିଓ ଜାରି କରି କହିଛନ୍ତି, ‘ତାଙ୍କୁ କୌଣସି ପ୍ରକାର କ୍ଷତି ପାଇଁ ବଡ଼ ଫାର୍ମା କମ୍ପାନୀ ଏବଂ ସରକାର ଦାୟୀ ହେବେ ।’ ୨୦୨୧ରେ ପୂର୍ବତନ Pfizer କର୍ମଚାରୀ ମେଲିସା ମେକଏଟି ପ୍ରୋଜେକ୍ସ ଭେରିଟାସ୍ ଦ୍ୱାରା କମ୍ପାନୀର ଗୁରୁତ୍ୱପୂର୍ଣ୍ଣ ଇମେଲ ଲିକ୍ କରିଥିଲେ ଯାହା ଦ୍ୱାରା ସେ ହାଇଲାଇଟ୍ ହୋଇଥିଲେ । ଯେଉଁଥିରେ mRNA ଭ୍ୟାକ୍ସିଂ ଲ୍ୟାବ୍ ପରୀକ୍ଷଣରେ ମାନବ ଭୃଣ ଟିସୁ୍ୟରୁ ସେଲ୍ ଲାଇନ୍ ବ୍ୟବହାର ବିଷୟରେ ଦାବି ମଧ୍ୟ ଅନ୍ତର୍ଭୁକ୍ତ ଥିଲା ।

ବୁଧବାର ମେଲିସା ମେକଏଟି ‘ଏକ୍ସ’ରେ ଏକ ଭିଡିଓ ଶେୟାର କରି କହିଥିଲେ, ‘ମୁଁ Pfizer ହ୍ୱିସିଲବ୍ଲୋଅର, ଏକମାତ୍ର ବ୍ୟକ୍ତି ଯିଏ କି ଦୀର୍ଘକାଳ ପର୍ଯ୍ୟନ୍ତ କର୍ମଚାରୀ ଭାବେ କାର୍ଯ୍ୟରତ । ମୁଁ ଥକି ଯାଇଛି । ମୁଁ ନିଜକୁ ଜଣେ ଇମପୋଷ୍ଟର ଭାବେ ଆନୁଭବ କରି ଥିକି ଯାଇଛି । ମୋର ସବୁ ଆଶା ମରି ଯାଇଛି ବୋଲି ଭାବି ଥକି ଯାଇଛି । ମୁଁ ଝଗଡ଼ା କରିବା, ବିତର୍କ କରିବା, ପୋଷ୍ଟ ଏବଂ ଅନୁସନ୍ଧାନ କରି ଥକି ଯାଇଛି । କିନ୍ତୁ ମୁଁ ଆତ୍ମହତ୍ୟା କରୁନାହିଁ । ମୋ ପାଖରେ ଏକ କାହାଣୀ ଅଛି ଯାହା କଥାତ୍ମକ ଘଟଣାକୁ ପରିବର୍ତ୍ତନ କରିବାରେ ସହାୟକ ହେବ । ଦୁନିଆ ବିଶ୍ୱସ୍ତ ଉତ୍ପାଦରୁ ବଞ୍ଚିତ ହେଉଛି ।’ ଅପରପକ୍ଷେ ଏହି ସବୁ ଦାବି ସତ୍ତ୍ୱେ ମେଲିସା ଏବଂ ପ୍ରୋଜେକ୍ଟ ଭେରିଟାସ ବରିଷ୍ଠ ନିଦେ୍ର୍ଦଶକ ଭେନେସା ଜେଲମ୍ୟାନଙ୍କ ଏକ ଇମେଲ ଦେଖାଇଥିଲେ ଯେଉଁଥିରେ ଏହି ଟିକାରେ ଗର୍ଭପାତ ଭୃଣ କୋଷର ସମସ୍ୟାକୁ କମ୍ ଗୁରୁତ୍ୱ ଦିଆଯାଇଥିଲା । ତେବେ କମ୍ପାନୀର 737 Max ସହ କମ୍ପାନୀରର ଉତ୍ପାଦନ ତୃଟିକୁ ନେଇ ଚେତାବନୀ ଦେଇଥିବା ବୋଇଂ ହ୍ୱିସିଲବ୍ଲୋଅର ଜୋଶୁଆ ଡିନଙ୍କର ଗତ ସପ୍ତାହ ଦେହାନ୍ତ ହୋଇଥିଲା ।

Get real time updates directly on you device, subscribe now.