World Hypertension Day 2024: ଆପଣଙ୍କୁ ହାଇପରଟେନସନ ରୋଗୀ କରିପାରେ ଏହି ଅଭ୍ୟାସ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ସାରା ଦୁନିଆରେ ହାଇପରଟେନସନର ରୋଗୀ ବଢିବାରେ ଲାଗିଛନ୍ତି । ହାଇପରଟେନସନ ଅର୍ଥାତ ହାଇ ବିପି ସାଇଲେଣ୍ଟ କିଲର ପରି ହୋଇଥାଏ । ହାଇ ବ୍ଲଡ ପ୍ରେସର କାରଣରୁ ପ୍ରତି ବର୍ଷ ଲକ୍ଷ ଲକ୍ଷ ଲୋକେ ହାର୍ଟ ଆଟାକ ଏବଂ ଷ୍ଟ୍ରୋକରେ ପ୍ରାଣ ହରାଉଛନ୍ତି । ଏଥିପାଇଁ ୧୭ ମେ ରେ ଦୁନିଆସାରା ଲୋକଙ୍କୁ ହାଇ ବିପି ବିଷୟରେ ସଚେତନ କରାଯାଏ ଏବଂ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ କରାଯାଏ । ଡବ୍ଲୁଏଚଓ ସଂଖ୍ୟା ବିଷୟରେ କହିବାକୁ ଗଲେ ସାରା ଦୁନିଆରେ ହାଇ ବ୍ଲଡ ପ୍ରେସରରେ ହାରାହାରି ୧ କୋଟି ଲୋକ ପୀଡିତ ଅଛନ୍ତି । ହାଇ ବିପିରେ ହାର୍ଟ ଆଟାକ ଷ୍ଟ୍ରୋକ ଏବଂ କିଡନୀ ରୋଗର ସମସ୍ୟା ବଢିଯାଏ । ଅନେକ ଖରାପ ଅଭ୍ୟାସ ଆପଣଙ୍କୁ ହାଇପରଟେନସନର ରୋଗୀ କରିପାରେ । ଏହି ଅଭ୍ୟାସକୁ ଆଜି ହିଁ ବଦଳାନ୍ତୁ ।

୧)ଯଦି ଆପଣ ମୋଟା ଅଛନ୍ତି ତେବେ ଆପଣ ହାଇପରଟେନସନର ରୋଗୀ ହୋଇପାରନ୍ତି । ଅଧିକ ଓଜନ କାରଣରୁ କିଡନୀ ଏବଂ ଶରୀରର ଅନ୍ୟ ଅଙ୍ଗର ରକ୍ତ ବାହିକାମାନରେ ପରିବର୍ତ୍ତନ ହୋଇଥାଏ । ଏହା ବ୍ଲଡପ୍ରେସରକୁ ହାଇ କରିବାର କାରଣ ହୋଇଥାଏ ।

୨)ଯଦି ଆପଣ କୌଣସି ଫିଜିକାଲ ଆକ୍ଟିଭିଟୀ କରୁନାହାନ୍ତି ତେବେ ଆପନଙ୍କ ବ୍ଲଡ ସୁଗାର ହାଇ ହେବାର ଚାନ୍ସ ଅଧିକ ବଢିଯାଇଥାଏ । ଏଥିରେ ବ୍ଲଡ ପ୍ରେସର ମଧ୍ୟ ହାଇ ହୋଇଯାଏ ।

୩)ଯଦି ଆପଣ ଅଧିକ ଲୁଣ ଖାଉଛନ୍ତି ତେବେ ଏହାକୁ କମ କରନ୍ତୁ । କାରଣ ହାଇ ସୋଡିୟମ ଯାହା ଲୁଣରେ ରହିଥାଏ, ଏହାର ସେବନ କରିବାରେ ବିପି ରୋଗୀ ବଢିବାରେ ଲାଗିଛନ୍ତି । ଏଥିପାଇଁ ପ୍ୟାକେଟ ବନ୍ଦ, ବାହାର ଖାଦ୍ୟ ଖାଇବା ବନ୍ଦ କରନ୍ତୁ ।
୪)ଆଜିକାଲି ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ କୌଣସି ଚାପ ରହିବା କଥା ରହୁଛି । ତେବେ କିଛି ଲୋକେ ଛୋଟ-ଛୋଟ କଥାରେ ଟେନସନ ନେଉଛନ୍ତି । ଏହା ଆପଣଙ୍କ ବିପି ରୋଗୀ କରିପାରେ । ସେଥିପାଇଁ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ ।
୫)ଅଧିକାଂଶ ଯୁବକ ଟେନସନ ଦୂର କରିବା ଲାଗି ସ୍ମୋକିଂଗ ଏବଂ ଡ୍ରିଙ୍କ କରିବାକୁ ଲାଗନ୍ତି । ଅଫିସ ଯାଉଥିବା ଲୋକେ ପ୍ରତି ସପ୍ତାହରେ ରିଲାକ୍ସ ହେବା ଲାଗି ମଦର ସାହାର ନେଉଛନ୍ତି । ହେଲେ ଏହି ଅଭ୍ୟାସ ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ବଡ଼ ବିପଦ । ତେବେ ଧୁମ୍ରପାନ, ତବାକୁ ଏବଂ ମଦ ସେବନ ଠାରୁ ଦୂରେଇ ରୁହନ୍ତୁ ।