fbpx

ଚେନ୍ନାଇକୁ ମାତ୍ ଦେବା ପାଇଁ ଦଳକୁ ଫେରିବେ ବିରାଟଙ୍କ ସାଥୀ! କାହାକୁ ମିଳିବ ପ୍ଲେ-ଅଫ୍ ଟିକେଟ?

ନୂଆଦିଲ୍ଲୀ: ଆଜି ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଶେଷ ପ୍ଲେଅଫ୍ ଟିକେଟ ପାଇଁ ଲଢିବେ ଚେନ୍ନାଇ ଏବଂ ବେଙ୍ଗଲୁରୁ । ତେଣୁ ଏହି ମ୍ୟାଚ ଉପରେ ସମସ୍ତଙ୍କର ନଜର ରହିଛି । ଉଭୟ ଦଳ ମ୍ୟାଚରେ ବିଜୟ ହାସଲ କରି ପ୍ଲେ-ଅଫରେ ସ୍ଥାନ ପକ୍କା କରିବା ପାଇଁ ଚେଷ୍ଟା କରିବେ । ତେଣୁ ଏହି କର ବା ମର ସ୍ଥିତିରେ ବେଙ୍ଗଲୁରୁ ପ୍ଲେଇଙ୍ଗ-୧୧ରେ ପରିବର୍ତ୍ତନ କରିପାରେ । ବିରାଟ କୋହଲିଙ୍କ ସାଥୀ ଅଲରାଉଣ୍ଡରଙ୍କୁ ଏହି ଦଳରେ ସୁଯୋଗ ଦେଇପାରେ ଆରସିବି । ଚେନ୍ନାଇ ବିପକ୍ଷରେ ଲଢେଇ କରିବା ପାଇଁ ଗ୍ଲେନ ମ୍ୟାକ୍ସୱେଲଙ୍କୁ ପ୍ଲେଇଙ୍ଗ-୧ରେ ସାମିଲ କରିପାରନ୍ତି ଅଧିନାୟକ ଫାପ୍ ଡୁ ପ୍ଲେସିସ ।

ଆଇପିଏଲରେ ବର୍ତ୍ତମାନ ସୁଦ୍ଧା କୋଲକାତା, ରାଜସ୍ଥାନ ଏବଂ ହାଇଦ୍ରାବାଦ ପ୍ଲେଅଫରେ ପହଞ୍ଚି ସାରିଛନ୍ତି । ତେବେ ଚେନ୍ନାଇ ଏବଂ ବେଙ୍ଗଲୁରୁ ବ୍ୟତୀତ ବାକି ଅନ୍ୟ ସମସ୍ତ ଦଳ ପ୍ଲେଅଫରୁ ବାଦ୍ ପଡ଼ିଛନ୍ତି । ତେଣୁ ଚତୁର୍ଥ ସ୍ଥାନ ପାଇଁ ଏହି ଦୁଇ ଦଳ ମଧ୍ୟରେ ଆଜି କଡ଼ା ମୁକାବିଲା ଖେଳାଯିବ । ଚେନ୍ନାଇ ବର୍ତ୍ତମାନ ୧୪ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ନେଟ୍ ରନ୍ ରେଟ୍ ମଧ୍ୟ ଖୁବ ସୁନ୍ଦର ରହିଛି । ଅନ୍ୟପକ୍ଷରେ ବେଙ୍ଗଲୁରୁ ୧୨ ପଏଣ୍ଟ ସହିତ ଟେବୁଲର ସପ୍ତମ ସ୍ଥାନରେ ରହିଛି । ତେଣୁ ଏହି ମ୍ୟାଚରେ ଚେନ୍ନାଇକୁ ମାତ୍ ଦେବା ପାଇଁ ଷ୍ଟାର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲଙ୍କୁ ଦଳରେ କମବ୍ୟାକ କରିବାକୁ ସୁଯୋଗ ଦେଇପାରେ ଆରସିବି ।

ଗତ କିଛିଟା ମ୍ୟାଚରେ ବେଙ୍ଗଲୁରୁର ବ୍ୟାଟର ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି । ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ପରେ ମଧ୍ୟକ୍ରମରେ ରଜତ ପାଟିଦାର ଦଳକୁ ବଡ଼ ସ୍କୋରରେ ପହଞ୍ଚିବାରେ ମୁଖ୍ୟ ଭୂମିକା ତୁଲାଇଛନ୍ତି । ତେବେ ମ୍ୟାକ୍ସୱେଲ ଖରାପ ଫର୍ମ ଯୋଗୁଁ ଦଳରୁ ଓହରି ଯାଇଥିବା ବେଳେ ବର୍ତ୍ତମାନ ୱିଲ ଜ୍ୟାକ୍ସଙ୍କ ସ୍ଥାନରେ କମବ୍ୟାକ କରିପାରନ୍ତ ମ୍ୟାକ୍ସୱେଲ । ସେପଟେ ଚେନ୍ନାଇର ଷ୍ଟାର ବ୍ୟାଟର ମୋଇନ୍ ଅଲୀ ମଧ୍ୟ ଇଂଲଣ୍ଡ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ତାଙ୍କ ସ୍ଥାନରେ ରିଚାର୍ଡ ଗ୍ଲିସନଙ୍କୁ ଦଳରେ ସୁଯୋଗ ମିଳିପାରେ ।

ଆରସିବି ପ୍ଲେଇଙ୍ଗ-୧୧: ଫାଫ୍ ଡୁପ୍ଲେସିସ(ଅଧିନାୟକ), ବିରାଟ କୋହଲି, ରଜତ ପାଟିଦାର, ଗ୍ଲେନ ମ୍ୟାକ୍ସୱେଲ, କ୍ୟାମରନ୍ ଗ୍ରୀନ, ମହିପାଲ ଲାମରୋର, ଦିନେଶ କାର୍ତ୍ତିକ, ସ୍ୱପ୍ନିଳ ସିଂହ, କର୍ଣ୍ଣ ଶର୍ମା, ମହମ୍ମଦ ସିରାଜ, ଲକି ଫର୍ଗୁସନ୍
ଚେନ୍ନାଇ ପ୍ଲେଇଙ୍ଗ-୧୧: ଋତୁରାଜ ଗାଏକ୍ୱାଡ(ଅଧିନାୟକ), ରଚିନ୍ ରବିନ୍ଦ୍ର, ଡାରିଲ ମିଚେଲ, ଶିବମ ଦୁବେ, ସମୀର ରିଜଭୀ, ରବିନ୍ଦ୍ର ଜାଡେଜା, ଏମ.ଏସ ଧୋନୀ, ଶାର୍ଦ୍ଦୁଳ ଠାକୁର, ତୁଷାର ଦେଶପାଣ୍ଡେ, ରିଚାର୍ଡ ଗ୍ଲିସନ୍, ମହୀଷ ଥୀକ୍ଷଣା, ସିମରଜିତ ସିଂହ

Get real time updates directly on you device, subscribe now.