fbpx

୨ ଜୁନରେ ଜେଲକୁ ପ୍ରତ୍ୟାବର୍ତ୍ତନ କରିବେ କେଜ୍ରିୱାଲ, ସୁପ୍ରିମକୋର୍ଟଙ୍କଠାରୁ ମିଳିଲା ଝଟକା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟ ପୁଣିଥରେ ବଡ଼ ଝଟକା ଦେଇଛନ୍ତି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କ ଅବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଅରବିନ୍ଦ କେଜ୍ରିୱାଲ ନ୍ଖକ୍ସ ଅନ୍ତରୀଣ ଜାମିନକୁ ବଢାଇବା ପାଇଁ ଆବେଦନ କରିଥିଲେ । ହେଲେ ବୁଧବାର ଦିନ ସୁପ୍ରିମକୋର୍ଟ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ସେ ଜୁନ ୨ ତାରିଖରେ ଜେଲରେ ରହିବାକୁ ସରେଣ୍ଡର କରିବେ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲ ଅନ୍ତରୀଣ ଜାମିନରେ ୧ ଜୁନ ପର୍ଯ୍ୟନ୍ତ ବାହାରେ ରହିବେ ।

ସୁପ୍ରିମକୋର୍ଟ ରେଜିଷ୍ଟ୍ରି କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶକ ଦର୍ଶାଇଛନ୍ତି । କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନକୁ ୧ ଜୁନ ପର୍ଯ୍ୟନ୍ତ ସିମିତ କରିଥିଲେ । ଏଥିରେ ସୁପ୍ରିମକୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କୁ ନିମ୍ନ ଅଦାଲତ ଯିବାକୁ ସ୍ୱତନ୍ତ୍ରତା ଦେଇଥିଲେ । ପିଟିସନ ସ୍ୱୀକାର କରିବକୁ ମନା କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ଗିରଫଦାରୀକୁ ଚ୍ୟାଲେଞ୍ଜ କରି ନିଷ୍ପତ୍ତି ପୂର୍ବରୁ ସୁରକ୍ଷିତ ରଖାଯାଇଛି । ଏଥିପାଇଁ ଅନ୍ତରୀଣ ଜାମିନ ବଢାଇବା ପାଇଁ ଅରବିନ୍ଦ କେଜ୍ରିୱାଲଙ୍କ ପିଟିସନର ମୁଖ୍ୟ ପିଟିସନ ସହ କୌଣସି ସମ୍ବନ୍ଧ ନାହିଁ ।

Get real time updates directly on you device, subscribe now.