fbpx

ଭୁଲରେ ବି ଏହି ଦିଗରେ ନଡ଼ିଆ ଗଛ ଲଗାନ୍ତୁ ନାହିଁ, ପରିବାରରେ ଦେଖାଦେଇଥାଏ ବିବାଦ

ଓଡ଼ିଶା ଭାସ୍କର: ଘରେ ଗଛଲତା ଲଗାଇବା ଅତ୍ୟନ୍ତ ଶୁଭ ବୋଲି ବିବେଚିତ କରାଯାଇଛି । ଏହା ଦ୍ୱାରା ସକାରାତ୍ମକ ବାତାବରଣ ସୃଷ୍ଟି ହୋଇଥାଏ । ଅଧିକାଂଶ ଲୋକମାନେ ପ୍ରକୃତି ପ୍ରେମୀ ଥାନ୍ତି କିନ୍ତୁ ସେମାନେ ଘରେ ଗଛ ଲତା ଲଗାଇବା ସମୟରେ ବାସ୍ତୁ ନିୟମର ପାଳନ କରିନଥାନ୍ତି । ଫଳରେ ସେମାନଙ୍କ ଜୀବନରେ ଅନେକ ସମସ୍ୟା ଦେଖାଦେଇଥାଏ । ଏହା ସହ ଘର ସଦସ୍ୟଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ । ଅଧିକାଂଶ ଲୋକମାନେ ଘରେ ନଡ଼ିଆ ଗଛ ଲଗାଇବାକୁ ଭଲ ପାଇଥାନ୍ତି । ବାସ୍ତୁ ଶସ୍ତ୍ରରେ ନଡ଼ିଆ ଗଛକୁ ଶୁଭ ବିବେଚିତ କରାଯାଇଛି । ଏହି ଗଛରେ ତ୍ରୀଦେବ ଅର୍ଥାତ ବ୍ରହ୍ମା, ବିଷ୍ଣୁ ଏବଂ ଶିବଙ୍କର ବାସ ରହିଥାଏ ବୋଲି ବିଶ୍ୱାସ ରହିଛି । ତେବେ ନଡ଼ିଆ ଗଛ ଲଗାଇବା ପାଇଁ ବାସ୍ତୁ ଶାସ୍ତ୍ରରେ ନିର୍ଦ୍ଦିଷ୍ଟ ଦିଗ ବିଷୟରେ ଉଲ୍ଲେଖ ରହିଛି ।

୧. ବାସ୍ତୁ ଶାସ୍ତ୍ର ଅନୁଯାୟୀ କେବେ ବି ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ନଡ଼ିଆ ଗଛ ଲଗାଇବା ଉଚିତ ନୁହେଁ । ଏହା ଦ୍ୱାରା ଘରେ ନକାରାତ୍ମକତା ବୃଦ୍ଧି ପାଇଥାଏ । ଏହି ଦିଗରେ ଅନ୍ୟ ଗଛ ଲଗାଇପାରିବେ ।

୨. ବାସ୍ତୁଶାସ୍ତ୍ରରେ କୁବେର ଦେବତାଙ୍କ ବାସସ୍ଥାନ ଉତ୍ତର ଦିଗରେ ରହିଛି । ତେଣୁ ଏହି ଦିଗରେ ନଡ଼ିଆ ଗଛ ଲଗାଇବା ଦ୍ୱାରା ଘରେ ଆର୍ଥିକ ସଂକଟ ଦେଖାଦେଇଥାଏ ।

୩. ପୂର୍ବ ଦିଗକୁ ସୂର୍ଯ୍ୟ ଦେବତାଙ୍କ ଦିଗ ବୋଲି ବିବେଚିତ କରାଯାଇଛି । ଏହି ଦିଗରେ ନଡ଼ିଆ ଗଛ ଲଗାଇବା ଦ୍ୱାରା ସୂର୍ଯ୍ୟ ଦେବତାଙ୍କ ଉର୍ଜ୍ଜା ବାଧିତ ହୋଇଥାଏ । ଫଳରେ ମାନ ସମ୍ମାନ ହାନି ହେବା ସହ ପାରିବାରିକ ବିବାଦ ଦେଖାଦେଇଥାଏ । ତେଣୁ ଏହି ଦିଗରେ ଭୁଲରେ ବି ନଡ଼ିଆ ଗଛ ଲଗାନ୍ତୁ ନାହିଁ ।

୪. ବାସ୍ତୁଶାସ୍ତ୍ର ଅନୁଯାୟୀ ସବୁବେଳେ ଘରର ପଶ୍ଚିମ ଏବଂ ଦକ୍ଷିଣ ଦିଗରେ ନଡ଼ିଆ ଗଛ ଲଗାଇବା ଶୁଭ ହୋଇଥାଏ । ଏହି ଦିଗରେ ନଡ଼ିଆ ଗଛ ଲଗାଇବା ଦ୍ୱାରା ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ କୃପା ଲାଭ ହୋଇଥାଏ । ଘରର ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହ ସୁଖ ସମୃଦ୍ଧି ଓ ଶାନ୍ତି ବୃଦ୍ଧି ପାଇଥାଏ

Get real time updates directly on you device, subscribe now.