fbpx

ବାରଣାସୀ ଆସନରୁ ୧.୫୨ ଲକ୍ଷ ଭୋଟରେ ବିଜୟୀ ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ବାରଣାସୀ ଆସନରୁ ୧ ଲକ୍ଷ ୫୨ ହଜାର ଭୋଟରେ ବିଜୟୀ ହୋଇଛନ୍ତି। ନରେନ୍ଦ୍ର ମୋଦୀଙ୍କୁ ମୋଟ ୬ ଲକ୍ଷ ୧୨ ହଜାର ଭୋଟ୍ ମିଳିଛି। କଂଗ୍ରେସ ପ୍ରାର୍ଥୀ ଅଜୟ ରାୟ ୪ ଲକ୍ଷ ୬୦ ହଜାର ଭୋଟ୍ ପାଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ନରେନ୍ଦ୍ର ମୋଦୀ ଏହି ଆସନରୁ ତୃତୀୟ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଏହି ବିଜୟ ସହ ସେ ୨୦୧୪, ୨୦୧୯ରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

ତେବେ ପୂର୍ବ ନିର୍ବାଚନ ତୁଳନାରେ ଏଥର ନରେନ୍ଦ୍ର ମୋଦିଙ୍କ ବିଜୟ ସଂଖ୍ୟା କମ୍ ରହିଛି। ୨୦୧୯ରେ ପ୍ରଧାନମନ୍ତ୍ରୀ ମୋଦୀ ବାରଣାସୀ ଆସନରୁ ୪,୭୯,୫୦୫ ଭୋଟ୍ ରେ ବିଜୟୀ ହୋଇଥିଲେ। ଉତ୍ତରପ୍ରଦେଶରେ ବିଜେପି ୩୧, ସପା ୩୬ ଓ କଂଗ୍ରେସ ୭ଟି ଆସନରେ ଆଗୁଆ ରହିଛି। ଏହି ସଂଖ୍ୟା ସନ୍ଧ୍ୟା ସାଢ଼େ ୫ଟା ପର୍ଯ୍ୟନ୍ତ ରହିଛି।

Get real time updates directly on you device, subscribe now.