fbpx

ITR ଫାଇଲିଂ ସମୟରେ ତୃଟି ରହିଯାଇଛି କି ? ଜାଣନ୍ତୁ କେତେ ଥର ଫାଇଲ କରିପାରିବେ ରିଭାଇଜ୍ଡ ରିଟର୍ଣ୍ଣ

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୩-୨୪ ଏବଂ ଆସେସମେଣ୍ଟ ଇୟର ୨୦୨୪-୨୫ ପାଇଁ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ (ITR ) ଫାଇଲ କରିବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ହେଉଛି ୨୦୨୪ ଜୁଲାଇ ୩୧ । ଏହି ତାରିଖ ପରେ ରିଟର୍ଣ୍ଣ ଦାଖଲ କଲେ ଜୋରିମାନା ଦେବାକୁ ପଡ଼ିବ । ତେବେ ITR ଦାଖଲ କରିବା ସମୟରେ ବିଶେଷ ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ । ଏହା ସତ୍ତ୍ୱେ ଅନେକ ଥର ରିଟର୍ଣ୍ଣ ଫାଇଲ କରିବା ସମୟରେ ଲୋକମାନେ କିଛି ଭୁଲ କରିଥାନ୍ତି । ବର୍ତ୍ତମାନ ପ୍ରଶ୍ନ ଉଠୁଛି କି କ’ଣ ରିଟର୍ଣ୍ଣ ଦାଖଲ କରିବା ସମୟରେ ହୋଇଥିବା ଭୁଲକୁ କିପରି ସଂଶୋଧନ କରାଯାଇପାରିବ?

ଆୟକର ବିଭାଗ ଅଧିନିୟମ ୧୯୬୫ର ଧାରା ୧୩୯(୫) ଅନ୍ତର୍ଗତ ଟିକସଦାତାଙ୍କୁ ରିଭାଇଜ୍ଡ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରିବା ସମୟରେ ତୃଟିକୁ ସଂଶୋଧନ କରିବା ପାଇଁ ସୁବିଧା ମିଳିଥାଏ । ଏହି ପରି ରିଭାଇଜ୍ଡ ରିଟର୍ଣ୍ଣ କରିପାରିବେ ଫାଇଲ-

୧. ପ୍ରଥମେ ଇନକମ୍ ଟ୍ୟାକ୍ସ ବିଭାଗର ଇ- ଫାଇଲିଂ ପୋର୍ଟାଲର ଅଫିସିଆଲ ୱେବସାଇଟକୁ ଯାଇ ହୋମ୍ ପେଜ ଉପରେ କ୍ଲିକ୍ କରନ୍ତୁ ।

୨. ଏହା ପରେ ପ୍ୟାନ୍ ନମ୍ବର, ପାସୱାର୍ଡ଼, କାପ୍ଚା କୋଡ୍ ଦେଇ ଇ- ଫାଇଲିଂ ପୋର୍ଟାଲ ଲଗ୍ ଇନ୍ କରନ୍ତୁ ।

୩. ଏହା ପରେ ଇ-ଫାଇଲିଂ ମେନୁ ଉପରେ କ୍ଲିକ୍ କରି ଆଇଟି ରିଟର୍ଣ୍ଣର ଲିଙ୍କ ଉପରେ କ୍ଲିକ୍ କରନ୍ତୁ ।

୪. ଏହା ପରେ ଏକ ପେଜ୍ ଖୋଲିବ ଯେଉଁଥିରେ ପ୍ୟାନ ନମ୍ବର ଥିବ । ଏଥିରେ ଆସେସମେଣ୍ଟ ଇୟର ଏବଂ ITR ଫର୍ମ ଟାଇପ୍ ଚୟନ କରନ୍ତୁ ।

୫. ବର୍ତ୍ତମାନ ଅରିଜିନାଲ/ ରିଭାଇଜ୍ଡ ରିଟର୍ଣ୍ଣ ଦାଖଲ କରିବାର ବିକଳ୍ପ ଚୟନ କରନ୍ତୁ । ଏହା ପରେ prepare and submit ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।

୬. ଏହା ପରେ ଅନଲାଇନ୍ ITR ଫର୍ମରେ ରିଟର୍ଣ୍ଣ ଫାଇଲିଂ ବିଭାଗରେ ରିଭାଇଜ୍ଡ ରିଟର୍ଣ୍ଣ ଅଧିନ ଧାରା ୧୩୯(୫) ଏବଂ ରିଟର୍ଣ୍ଣ ଫାଇଲିଂ ଟାଇପରେ ରିଭାଇଜ୍ଡ ବିକଳ୍ପ ଚୟନ କରନ୍ତୁ ।

୭. ଶେଷରେ acknowledgement ନମ୍ବର ଏବଂ ଆଇଟିଆର ତାରିଖ ଫାଇଲ କରିବାର ତାରିଖ ପୁରଣ କରନ୍ତୁ ।

୮. ଏହା ପରେ ସମସ୍ତ ଡିଟେଲ୍ସ ପୁରଣ କରନ୍ତୁ ଏବଂ ତୃଟି ସଂଶୋଧନ କରିବା ପରେ ଆଇଟିଆର ଫର୍ମ ସବମିଟ୍ କରନ୍ତୁ ।

ଏମିତି ଚେକ୍ କରନ୍ତୁ ଆଇଟିଆର ରିଟର୍ଣ୍ଣ

ଆପଣଙ୍କ ରିଭାଇଜ୍ଡ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ସଠିକ ଭାବରେ ଫାଇଲ ହୋଇଛି ନା ନାହିଁ ତାକୁ ସହଜରେ ଚେକ୍ କରିପାରିବେ । ଏଥିପାଇଁ ଇନକମ୍ ଟ୍ୟାକ୍ସ ବିଭାଗର ଅଫିସିଆଲ ୱେବସାଇଟ୍ https://www.incometax.gov.in/iec/foportal କୁ ଯାଇ ମାଇ ଆକାଉଣ୍ଟ ମେନୁରେ View e-Filed Returns/Forms ବିକଳ୍ପ ଚୟନ କରନ୍ତୁ । ଏହା ପରେ Rectification ଷ୍ଟାଟସ୍ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ । କିଛି ସମୟ ପରେ ରିଟର୍ଣ୍ଣର ସମ୍ପୂର୍ଣ୍ଣ ଷ୍ଟାଟସ ସ୍କ୍ରିନରେ ଖୋଲିଯିବ ।

Get real time updates directly on you device, subscribe now.