fbpx

ଦିଲ୍ଲୀରେ ଆପ୍ ହାରିଲା ୭ଟି ଆସନ, ତଥାପି କେଜରିୱାଲଙ୍କୁ ଲଡୁ ଖୁଆଇଲେ ସୌରଭ ଭରଦ୍ୱାଜ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ନେଇ ଗୋଟିଏ ପଟେ ବିଜେପିକୁ ଝଟକା ଲାଗିଥିବା ବେଳେ ଇଣ୍ଡିଆ ମେଣ୍ଟ ବହୁତ ଖୁସି ଅଛନ୍ତି । ସେମାନେ ପରସ୍ପରକୁ ଅଭିନନ୍ଦନ ଦେଉଛନ୍ତି । କିନ୍ତୁ ରାଜଧାନୀ ଦିଲ୍ଲୀରୁ ଏପରି ଏକ ରୋଚକ ମାମଲା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଦିଲ୍ଲୀର ସମସ୍ତ ଆସନରୁ ପରାଜିତ ହେବା ସତ୍ତ୍ୱେ ଆପ୍ ନେତା ସୌରଭ ଭରଦ୍ୱାଜ ଦଳୀୟ କର୍ମକର୍ତ୍ତାଙ୍କୁ ଲଡୁ ବାଣ୍ଟିଥିବାର ନଜର ଆସିଥିଲେ ଯାହାକୁ ନେଇ ଚର୍ଚ୍ଚା ହେଉଛି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନିକଟରେ ଅନେକ ବିବାଦରେ ଘେରି ରହିଛନ୍ତି । ଏଥିମଧ୍ୟରେ ନିର୍ବାଚନ ଫଳାଫଳକୁ ନେଇ ଆପ୍ ଅସନ୍ତୁଷ୍ଟ ଥିବା ପରିବର୍ତ୍ତେ ଖୁସି ଥିବା ଜଣାପଡ଼ିଛି । ବାସ୍ତବରେ ଆପ୍ ଦିଲ୍ଲୀର ସମସ୍ତ ଆସନରୁ ପରାଜିତ ହୋଇଥିଲା କିନ୍ତୁ ଆପ୍ ନେତା ସୌରଭ ଭରଦ୍ୱାଜ ବିଜେପିକୁ କମ୍ ଆସନ ମିଳିବା ଖୁସିରେ କେଜରିୱାଲଙ୍କ ଫଟେକୁ ମଧ୍ୟ ମିଠା ଖୁଆଇଥିଲେ ଏବଂ ପରେ ଦଳର କର୍ମକର୍ତ୍ତାଙ୍କ ମଧ୍ୟରେ ଲଡୁ ବାଣ୍ଟିଥିଲେ । ତାଙ୍କର ଏପରି ବ୍ୟବହାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କେବଳ ଏତିକି ନୁହେଁ ସେ ନେତାଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିଥିଲେ ଏବଂ ନରେନ୍ଦ୍ର ମୋଦୀଙ୍କ ଇସ୍ତଫା ଦାବି କରିଥିଲେ । ସେ କହିଥିଲେ, ‘ଜନସାଧାରଣ ବିଜେପିର ଅହଙ୍କାର ଭାଙ୍ଗିଛନ୍ତି । ଭଗବାନଙ୍କୁ ଏତିକି କହିବି କି ସେ ‘ଆପ୍’କୁ ଶୂନ୍ୟ ଦେଉ କିନ୍ତୁ ବିଜେପିକୁ ୨୭୨ ନ କରାନ୍ତୁ ।’ ସେ ଆହୁରି ମଧ୍ୟ କହିଛନ୍ତି ଯେ ଟିଡିପି ଏବଂ ଜେଡିୟୁ କିଙ୍ଗମେକର ନୁହଁନ୍ତି । ଏହି ନିର୍ବାଚନରେ ସେହି କିଙ୍ଗ୍ । ଏହି ଦୁଇ ଦଳ ବିଜେପିର ବାସ୍ତବତା ଜାଣିଛନ୍ତି ।

Get real time updates directly on you device, subscribe now.