fbpx

(Video)ଅଚାନକ କଣ୍ଡକ୍ଟରଙ୍କ ମଧ୍ୟରେ ଆସିଗଲା ସୁପର ପାୱାର, ଦେଖନ୍ତୁ ଚଳନ୍ତା ବସ୍‌ରେ କିପରି ବଞ୍ଚାଇଲେ ଯୁବକଙ୍କ ଜୀବନ

ଓଡ଼ିଶା ଭାସ୍କର: ଆପଣ ସ୍ପାଇଡରମ୍ୟାନ୍ ଫିଲ୍ମ ଦେଖିଛନ୍ତି କି? ଯଦି ଦେଖିଥିବେ ତେବେ ଜାଣିଥିବେ ଷଷ୍ଠ ଇନ୍ଦ୍ରିୟ କାହାକୁ କୁହାଯାଏ ଓ ଏହା କେଉଁପରି ସୁପରପାୱାର ହୋଇଥାଏ । ଯେଉଁପରି ସ୍ପାଇଡରମ୍ୟାନକୁ କୌଣସି ଘଟଣା ଘଟିବା ପୂର୍ବରୁ ଆଗୁଆ ସୂଚନା ମିଳିଯାଏ ଠିକ୍ ସେହିପରି ଜଣେ ବସ୍ କଣ୍ଟକ୍ଟର ନିଜ ଷଷ୍ଠ ଇନ୍ଦ୍ରିୟର ବ୍ୟବହାର କରି ବସ୍‌ରୁ ଖସିପଡିବା ସମୟରେ ଜଣେ ଯୁବକଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି ।
ଟୁଇଟର ଆକାଉଣ୍ଟ @gharkekalesh ରେ ଏକ ଭିଡିଓ ପୋଷ୍ଟ କରାଯାଇଛି । ଏଥିରେ ଜଣେ ବସ୍ କଣ୍ଡକ୍ଟର ନଜର ଆସୁଛନ୍ତି । ବସ୍ କଣ୍ଡକ୍ଟର ଜଣକ ଜଣେ ଯାତ୍ରୀଙ୍କ ଜୀବନ ବଞ୍ଚାଇଦେଇଛନ୍ତି । ବସ୍ ମଧ୍ୟରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏହି ଭିଡିଓ ଆସିଛି । କୁହାଯାଉଛି ଏହି ଭିଡିଓ କେରଳର ।

ଭିଡିଓରେ ଦେଖିବାକୁ ମିଳୁଛି କି ଚଳନ୍ତା ବସ୍‌ରେ କଣ୍ଡକ୍ଟର ବସ୍‌ର ଦ୍ୱାର ପାଖରେ ଛିଡା ହୋଇଛନ୍ତି । ତାଙ୍କ ନିକଟରେ ୨ ଜଣ ଯାତ୍ରୀ ଛିଡା ହୋଇଛନ୍ତି । ଜଣେ ଯାତ୍ରୀ ବୟସ୍କ ଯିଏ କି ବସ୍‌ରେ ଲାଗିଥିବା ହ୍ୟାଣ୍ଡେଲକୁ ଧରିଛନ୍ତି ଓ କିନ୍ତୁ ଯୁବକ ଜଣକ କିଛି ନ ଧରି ଦ୍ୱାର ପାଖରେ ଛିଡା ହୋଇଛନ୍ତି । ଏହାରି ମଧ୍ୟରେ କଣ୍ଡକ୍ଟର ଏକ ସିଟ୍‌ରେ ଆଉଜି ଯାତ୍ରୀଙ୍କ ଟିକେଟ୍ କାଟୁଛି । ଅଚାନକ ବସ୍ ଜୋରରେ ହଲିବାର ଦେଖିବାକୁ ମିଳୁଛି ଓ ଦ୍ୱାର ପାଖରେ ଛିଡା ହୋଇଥିବା ଯୁବକଙ୍କ ସନ୍ତୁଳନ ବିଗିଡିଯାଉଛି । ସେ ଅଚାନକ ତଳେ ଖସିପଡିବାକୁ ଯିବା ବେଳେ କଣ୍ଡକ୍ଟର ଜଣକ ଟିକେଟ ମେସିନ୍ ଉପରୁ ନଜର ହଟାଇ ଗୋଟିଏ ହାତରେ ତାଙ୍କୁ ଧରି ନେଉଛନ୍ତି ।

ଯଦି ସେ ଏପରି କରି ନ ଥାନ୍ତେ ତେବେ ଚଳନ୍ତା ବସ୍‌ରୁ ଯାତ୍ରୀ ଜଣକ ପଡି କ’ଣ ଯେ ହୋଇଥାନ୍ତା ତାହା ଅନୁମାନ କରିବା କଷ୍ଟସାଧ୍ୟ । ଏହି ଭିଡିଓକୁ ଦେଖିବା ପରେ ସମସ୍ତେ ଏବେ କଣ୍ଡକ୍ଟରଙ୍କୁ ସାବାସୀ ଦେବା ସହ କହୁଛନ୍ତି ଯେ, ସେ ତାଙ୍କର ଷଷ୍ଠ ଇନ୍ଦ୍ରିୟ ଉପଯୋଗ କରି ଯାତ୍ରୀଙ୍କ ଜୀବନ ବଞ୍ଚାଇଛନ୍ତି । ଆଉ କେହି କେହି ତାଙ୍କୁ ସୁପରମ୍ୟାନ ବି କହୁଛନ୍ତି । ଭିଡିଓଟିକୁ ଏ ପର୍ଯ୍ୟନ୍ତ ୩୩ ଲକ୍ଷ ଲୋକ ଦେଖିସାରିଲେଣି ।

Get real time updates directly on you device, subscribe now.