fbpx

ନୀଳ ଆଖି ଲୋକେ କାହିଁକି ଅନ୍ୟ ଲୋକଙ୍କଠାରୁ ଭିନ୍ନ? ରିସର୍ଚରୁ ଖୁଲାସା

ଓଡ଼ିଶା ଭାସ୍କର: ଦୁନିଆରେ ଲୋକମାନଙ୍କ ମଧ୍ୟରେ ପ୍ରାତୟଃ ୩ ପ୍ରକାର ରଙ୍ଗର ଆଖି ଦେଖାଯାଇଥାଏ । କାହାର କଳା ହୋଇଥିବା ବେଳେ କାହା ଆଖି ବ୍ରାଉନ କଲର ଏବଂ ଆଉ କାହା ଆଖି ନୀଳ ରଙ୍ଗର ହୋଇଥାଏ । ହେଲେ ଆପଣ ଜାଣିଛନ୍ତି କି ନୀଳ ଆଖି ଥିବା ଲୋକେ ଅନ୍ୟ ଲୋକଙ୍କଠାରୁ ଭିନ୍ନ ହୋଇଥାଆନ୍ତି । ବୈଜ୍ଞାନିକମାନେ ଏହି ନୀଳ ଆଖିର ଲୋକମାନଙ୍କୁ ନେଇ ରିସର୍ଚ କରିଛନ୍ତି ଏବଂ କହିଛନ୍ତି ଯେ, ଏମାନେ ଅନ୍ୟ ଲୋକଙ୍କଠାରୁ କେତେ ଭିନ୍ନ । ଆସନ୍ତୁ ଜାଣିବା ଏହି ବିଷୟରେ..

ରିସର୍ଚରୁ ଜଣାପଡିଛି ଯେ, ନୀଳ ଆଖିର ଲୋକେ ପୁନଃଜନ୍ମ ପାଇଥାଆନ୍ତି । କୋପନହେଗନ ବିଶ୍ୱବିଦ୍ୟାଳୟର ସେଲୁଲର ଏବଂ ମଲିକ୍ୟୁଲର ବିଭାଗର ପ୍ରଫେସର ହାଂସ ଇବର୍ଗଙ୍କ ଦ୍ୱାରା ପ୍ରମାଣିତ ହୋଇଥିଲା । ଏହି ଅନିସନ୍ଧାନରେ ୬ରୁ ୧୦ ହଜାର ବର୍ଷ ପୂର୍ବରୁ ହୋଇଥିବା ଏକ ଜୀନ ମ୍ୟୁଟେସନର ପରିଚିତ କରାଯାଇଛି । ଏହି ମ୍ୟୁଟେସନ କାରଣ ପାଇଁ ମନୁଷ୍ୟର ନୀଳ ଆଖି ହୋଇଥାଏ । ସେହିଭଳି ଏହି ଜୀନ ମ୍ୟୁଟେସନ OCA2 ଜୀନରେ ପରିବର୍ତ୍ତନ କରିଛି ।

ଅଧ୍ୟୟନରେ ପ୍ରଫେସର ଏବର୍ଗ କହିଛନ୍ତି ଯେ ଏହି ଜିନ୍ ଆଖିରେ ବ୍ରାଉନ୍ ରଙ୍ଗ ଦେବାର କ୍ଷମତାକୁ ସୁଇଚ୍ ପରି ବଦଳାଇଥାଏ। ଯାହା ମେଲାନିନ ଗଠନ ଉପରେ ପ୍ରଭାବ ପକାଇଥାଏ। ଏହି ଆଧାରରେ ବୈଜ୍ଞାନିକମାନେ ଏହି ସିଦ୍ଧାନ୍ତରେ ପହଞ୍ଚିଲେ ଯେ ସମସ୍ତ ନୀଳ ଆଖିରେ ଥିବା ଲୋକଙ୍କର ଏକ ପିତୃପୁରୁଷ ରହିବେ। କିନ୍ତୁ ଏଥିପାଇଁ ଜୋର୍ଡାନ, ଡେନମାର୍କ, ତୁର୍କୀ ସମେତ ଅନେକ ଦେଶର ଅନୁସନ୍ଧାନକାରୀମାନେ ଆଖିର ରଙ୍ଗ ଏବଂ ସେମାନଙ୍କର ମାଇଟୋକଣ୍ଡ୍ରିଆଲ୍ ଡିଏନ୍ଏ ଅନୁସନ୍ଧାନ କରିଛନ୍ତି। ସେ କହିଛନ୍ତି ଯେ ଅସ୍ତିତ୍ୱର ସଂଘର୍ଷ ସହିତ ଏହାର କୌଣସି ସମ୍ପର୍କ ନାହିଁ କିମ୍ବା ଏହା କୌଣସି ଭଲ କିମ୍ବା ଖରାପ ପ୍ରଭାବକୁ ସୂଚିତ କରେ ନାହିଁ। ଏହା କେବଳ ଦର୍ଶାଏ ଯେ ପ୍ରକୃତି କିପରି ମଣିଷର ଜିନୋମକୁ କ୍ରମାଗତ ଭାବରେ ବଦଳାଇଥାଏ, ଯେଉଁ କାରଣରୁ ମଣିଷରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖାଯାଏ।

Get real time updates directly on you device, subscribe now.