fbpx

ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା, ଜାମିନରେ ପ୍ରତିବନ୍ଧକ ଲଗାଇଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣିଥରେ ଝଟକା ଲାଗିଛି । କେଜ୍ରିୱାଲଙ୍କ ଜାମିନ ଆବେଦନ ବିରୋଧରେ ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, ଶୁଣାଣି ହେବା ଯାଏଁ ନିମ୍ନ କୋର୍ଟଙ୍କ ଆଦେଶରେ ପ୍ରତିବନ୍ଧକ ଲାଗିରହିବ । ଅର୍ଥାତ କେଜ୍ରିୱାଲ ଯେପର୍ଯ୍ୟନ୍ତ ତିହାର ଜେଲରୁ ମୁକୁଳି ନାହାନ୍ତି, ସେପର୍ଯ୍ୟନ୍ତ ହାଇକୋର୍ଟ ମାମଲାର ଶୁଣାଣି କରିପାରିବେ ନାହିଁ ।

ଦିଲ୍ଲୀ ହାଇକୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଆଯାଇଥିବା ଜାମିନ ବିରୋଧରେ ଇଡି ର ପିଟିସନ ଉପରେ ସଙ୍ଗେ ସଙ୍ଗେ ଶୁଣାଣିର ଅନୁମତି ଦେଇଛନ୍ତି । ହାଇକୋର୍ଟ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ଆମେ ମାମଲାର ଶୁଣାଣି କରିନାହୁଁ ସେପର୍ଯ୍ୟନ୍ତ ନିମ୍ନ କୋର୍ଟଙ୍କ ଆଦେଶର କୌଣସି ପ୍ରଭାବ ରହିବ ନାହିଁ ।

Get real time updates directly on you device, subscribe now.