fbpx

ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ: ଅଷ୍ଟ୍ରେଲିଆ ବୋଲର କମିନ୍ସଙ୍କ କମାଲ, ବିଶ୍ୱକପରେ ନେଲେ ପ୍ରଥମ ହ୍ୟାଟ୍ରିକ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଦଳର ପ୍ୟାଟ କମିନ୍ସ ଚଳିତ ବିଶ୍ୱକପରେ ହ୍ୟାଟ୍ରିକ ନେଇଥିବା ପ୍ରଥମ ବୋଲର ସାଜିଛନ୍ତି । କମିନ୍ସ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ସୁପର ୮ ମୁକାବିଲାରେ ଏହି ସଫଳତା ପାଇଛନ୍ତି । କମିନ୍ସ ମୌକା ଦେଖି ଚୌକା ମାରିଛନ୍ତି । ସୁପର ୮ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ସେ ହ୍ୟାଟ୍ରିକ ନେଇ ବାଂଲା ଦଳକୁ ବ୍ୟାକଫୁଟକୁ ନେଇ ଯାଇଥିଲେ । ସେ ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଲଗାତାର ତିନିଟି ବଲରେ ତିନିଟି ୱିକେଟ ନେଇ ଅଷ୍ଟ୍ରେଲିଆ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛନ୍ତି । ମ୍ୟାଚର ସେ ସର୍ବଶ୍ରେଷ୍ଠ ଖେଳାଳି ମଧ୍ୟ ବିବେଚିତ ହୋଇଛନ୍ତି । କମିନ୍ସ ଏହି ସଫଳତା ଫଳରେ ବାଂଲାଦେଶ ଦଳ ୨୦ ଓଭରରେ ମାତ୍ର ୧୪୦ ରନ କରିପାରିଥିଲା । ଡିଏଲଏସ ପଦ୍ଧତିରେ କଙ୍ଗାରୁ ଦଳ ଏହି ମ୍ୟାଚକୁ ୨୮ ରନରେ ଜିତି ନେଇଛି ।
ଜଣେ ବୋଲର ଭାବରେ ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପରେ ହ୍ୟାଟ୍ରିକ ନେବାରେ ଏହା ହେଉଛି ସପ୍ତମ । ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପରେ ପ୍ରଥମ ହ୍ୟାଟ୍ରିକ ନେବାର ରେକର୍ଡ ଅଷ୍ଟ୍ରେଲିୟ ବୋଲର ବ୍ରେଟଲିଙ୍କ ନାଁରେ ରହିଛି । ୨୦୦୭ ମସିହାରେ ସେ ସମାନ ଦଳ ବାଂଲାଦେଶ ବିପକ୍ଷରେ ହ୍ୟାଟ୍ରିକ ନେଇଥିଲେ । ପ୍ୟାଟ କମିନ୍ସ ବାଂଲାଦେଶ ବିପକ୍ଷରେ ନିଜର ପ୍ରାରମ୍ଭିକ ଓଭରରେ ୱିକେଟ ପାଇ ନ ଥିଲେ । ସେ ନିଜର ତୃତୀୟ ଓ ଚତୁର୍ଥ ଓଭରରେ ଏହି ସ୍ୱର୍ଣ୍ଣିମ ସଫଳତା ପାଇଛନ୍ତି । ସେ ନିଜର ତୃତୀୟ ଓଭରର ପଞ୍ଚମ ବଲରେ ବାଂଲାଦେଶର ମହମୁଦ୍ଦୁଲ୍ଲା, ପରବର୍ତ୍ତୀ ବଲରେ ମେହେଦି ହସନ ଓ ତାଙ୍କର ଚତୁର୍ଥ ଓଭରର ପ୍ରଥମ ବଲରେ ତୌହିଦୀ ହୃଦୟଙ୍କୁ ଆଉଟ କରିଥିଲେ ।

Get real time updates directly on you device, subscribe now.