fbpx

Railway News; ଜେନେରାଲ ବଗିରେ ଯାଉଥିବା ଯାତ୍ରୀଙ୍କୁ ଉପହାର: ଭାରତୀୟ ରେଲୱେର ନୂଆ ପଦକ୍ଷେପ

ନୂଆଦିଲ୍ଲୀ: ଦିନକୁ ଦିନ ଟ୍ରେନରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଲୱେ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି । ଜେନେରାଲ ବଗିରେ ଯାତାୟତ କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଉପହାର ଦେବାକୁ ଯାଉଛି ଭାରତୀୟ ରେଲୱେ । ମେଲ୍-ଏକ୍ସପ୍ରେସ ଟ୍ରେନରେ ସାଧାରଣ କୋଚ ସଂଖ୍ୟାରେ ବୃଦ୍ଧି କରିବା ପାଇଁ ଚିନ୍ତା କରୁଛି ରେଳବାଇ । ପ୍ରତ୍ୟେକ ମେଲ୍-ଏକ୍ସପ୍ରେସ ଟ୍ରେନରେ ସାଧାରଣ କୋଚ୍ ଲଗାଇବ ବୋଲି କୁହାଯାଇଛି ।

ଏହାଦ୍ୱାରା ଉତ୍ତର-ମଧ୍ୟ ରେଲୱେ(NCR)ର ୪୨ ଯୋଡ଼ି ଟ୍ରେନକୁ ମଧ୍ୟ ଏହାର ଲାଭ ମିଳିପାରିବ । ଏନସିଆରରୁ ବର୍ତ୍ତମାନ ୭୩୦ରୁ ଅଧିକ ମେଲ-ଏକ୍ସପ୍ରେସ ଟ୍ରେନ ଯାତାୟତ କରୁଛି । ଏହି ଟ୍ରେନ ଗୁଡ଼ିକରେ ମଧ୍ୟ ସାଧାରଣ କୋଚ୍ ସଂଖ୍ୟା ବୃଦ୍ଧି କରାଇବ ବୋଲି ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଦୁଇଟି କୋଚ୍ ଥିବା ଟ୍ରେନରେ ଆଉ ୪ଟି ଲେଖାଏଁ କୋଚ୍ ଲଗାଇବ ବୋଲି ରେଳବାଇ ତରଫରୁ ଘୋଷଣା କରାଯାଇଛି । ଏ ନେଇ ରେଲୱେ ବୋର୍ଡ ପକ୍ଷରୁ ମଧ୍ୟ ଚିଠି ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ, ଜେନେରାଲ ବଗିରେ କୋଚ ସଂଖ୍ୟା ବଢାଇବା ପାଇଁ ଏହାର ଅତିରିକ୍ତ ଉତ୍ପାଦନ କରାଯିବ । ଏହାଦ୍ୱାରା ପ୍ରତ୍ୟେକ ଦିନ ପ୍ରାୟ ୩ ଲକ୍ଷରୁ ଅଧିକ ଯାତ୍ରୀ ଯାତାୟତ କରିବା ସମ୍ଭବ ହୋଇପାରିବ । ସାଧାରଣତଃ ମେଲ-ଏକ୍ସପ୍ରେସ ଏବଂ ସୁପରଫାଷ୍ଟ ଟ୍ରେନରେ ହଜାର ହଜାର ଯାତ୍ରୀ ଯାତାୟତ କରୁଥିବା ବେଳେ ଏଥିରେ ମାତ୍ର ୨-୪ଟି ଲେଖାଏଁ କୋଚ୍ ରହିଥାଏ । ତେଣୁ ଯାତ୍ରୀମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେବେ ଜେନେରାଲ କୋଚ୍ ସଂଖ୍ୟାରେ ବୃଦ୍ଧି ହେଲେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ଆଶା କରାଯାଉଛି ।

୨୦୧୪-୧୫ ଆର୍ତିକ ବର୍ଷରେ ୫୫୫ ଏଲଏଚବି କୋଚ ଏବଂ ୨୦୨୩-୨୪ରେ ୭୧୫୧ କୋଚ ପାଇଁ ଲକ୍ଷ୍ୟ ରଖାଯାଇଛି । ୨୦୨୪-୨୫ ଆର୍ଥିକ ବର୍ଷରେ ୮୬୯୨ କୋଚ୍ ଉତ୍ପାଦନ କରାଯିବ । ଏଥିରେ ୫୦ ଅମୃତ ଭାରତ ଟ୍ରେନ ଏବଂ ୧୬୦୦ ବନ୍ଦେ ଭାରତ ଟ୍ରେନ କୋଚ୍ ନିର୍ମାଣ ହେବା ସହ ମେଲ ଟ୍ରେନରେ ୧୨୫୦ ଏବଂ ଏକ୍ସପ୍ରେସ ଟ୍ରେନରେ ୨୫୦୦ କୋଚ୍ ଲଗାଯିବ । ଫଳରେ ଅତି କମରେ କୋଟି ଅଧିକ ଯାତ୍ରୀ ବାର୍ଷିକ ଯାତ୍ରା କରିପାରିବେ । ଚଳିତବର୍ଷ ଏହାର ନିର୍ମାଣ ଶେଷ ହେବା ସହ ଟ୍ରେନରେ କୋଚ୍ ଲଗାଇବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.