fbpx

ପିପିଇ କିଟ୍ ପିନ୍ଧି ରାଜ୍ୟସଭା ନିର୍ବାଚନରେ ଭୋଟ୍ ଦେବାକୁ ପହଞ୍ଚିଲେ କରୋନା ପଜିଟିଭ୍ ବିଧାୟକ

ଦେଶର ୮ଟି ରାଜ୍ୟର ୧୯ଟି ଆସନରେ ଆଜି ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ଚାଲିଛି । ମଧ୍ୟପ୍ରଦେଶରେ ଆଜି ୩ଟି ଆସନ ପାଇଁ ମତଦାନ ଚାଲିଥିବା ବେଳେ ସେଠାରେ ଏକ ବିଶେଷ ଦୃଶ୍ୟ ଦେଖିବାକୁ ମିଳିଛି । କରୋନାରେ ଆକ୍ରାନ୍ତ ହୋଇଥିବା ଜଣେ କଂଗ୍ରେସ ବିଧାୟକ ପିପିଇ କିଟ୍ ପିନ୍ଧି ଭୋଟ୍ ଦେବାକୁ ପହଞ୍ଚିଥିଲେ ।

ଆଜି ସକାଳୁ ହିଁ କଂଗ୍ରେସ ଓ ବିଜେପି ଦଳର ବିଧାୟକମାନେ ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ୍ ଦେବାକୁ ପହଞ୍ଚୁଛନ୍ତି । କିନ୍ତୁ ଅପରାହ୍ନ ସମୟରେ ବିଧାୟକ କୁନାଲ ଚୌଧୁରୀ ପିପିଇ କିଟ୍ ପିନ୍ଧି ମତଦାନ କରିବା ପାଇଁ ବିଧାନସଭାରେ ପହଞ୍ଚିଥିଲେ । କୁହାଯାଉଛି ଯେ, ବିଧାୟକ କିଛି ଦିନ ପୂର୍ବରୁ ହିଁ କରୋନାରେ ସଂକ୍ରମିତ ହୋଇଥିଲେ ।

ତେବେ ଯଦି କୌଣସି ବ୍ୟକ୍ତିକୁ କରୋନାରେ ସଂକ୍ରମିତ ହୋଇଛି ବା କରୋନାର ଲକ୍ଷଣ ଦେଖାଯାଉଛି, ତେବେ ତାଙ୍କୁ ସୁରକ୍ଷିତ ରହିବା ସହ ନିଜକୁ ଆଇସୋଲେସନରେ ରଖିବା ଉଚିତ୍ । କିନ୍ତୁ ନିର୍ବାଚନ ହେତୁ ବିଧାୟକ ଜଣକ ସମସ୍ତ ସତର୍କତା ଅବଲମ୍ବନ କରି ସେଠାରେ ପହଞ୍ଚିଥିଲେ ।

Get real time updates directly on you device, subscribe now.