fbpx

ହଲଦୀରାମର ୭୬ ପ୍ରତିଶତ ଅଂଶକୁ କିଣିପାରେ ବ୍ଲାକଷ୍ଟୋନ! ୭୦ କୋଟିର ମୂଲରେ ହୋଇପାରେ ଡିଲ୍‌

ନୂଆଦିଲ୍ଲୀ: ନମକିନ ଭୁଜିଆ ଏବଂ ସ୍ନାକ୍ସ ତିଆରି କରୁଥିବା ଦେଶର ସବୁଠୁ କମ୍ପାନୀ ହଲଦୀରାମର ଏକ ବଡ଼ ଅଂଶ ପ୍ରାଇଭେଟ ଇକ୍ୱିଟୀ ଫାର୍ମ ବ୍ଲାକଷ୍ଟୋନ କିଣିପାରେ । ଏହି କିଣିବାରେ ହଲଦୀରାମ କମ୍ପାନୀକୁ ୭୦,୦୦୦ କୋଟି ଟଙ୍କା ମିଳିପାରେ । ବ୍ଲାକଷ୍ଟୋନ ଏବଂ ତାର କନ୍ସୋର୍ଟିୟମ ପାର୍ଟନର ଆବୁ ଧାବୀ ଇନଭେଷ୍ଟମେଣ୍ଟ ଅଥରିଟୀ ଏବଂ ସିଙ୍ଗାପୁର ଜିଆଇସି ଅନେକ ସମୟରୁ ହଲଦୀରାମର ପ୍ରମୋଟର୍ସ ଅଗ୍ରୱାଲ ଫ୍ୟାମିଟି ସହ ଏହି ଡିଲ କରିବାକୁ ନେଇ ଦିଲ୍ଲୀ ଏବଂ ନାଗପୁର ଏହି ଦୁଇଟି ସ୍ଥାନରେ କଥାବାର୍ତ୍ତା ହେଉଛି । ପ୍ରଥମେ ମହଙ୍ଗା ଭାଲ୍ୟୁଏସନ ଚାଲୁଥିବାରୁ କଥାବାର୍ତ୍ତାରେ ପ୍ରତିବନ୍ଧକ ଆସିଥିଲା । କିନ୍ତୁ ଏବେ ପୁଣିଥରେ ଗତକିଛି ସପ୍ତାହରେ ଡିଲକୁ ନେଇ କଥାବାର୍ତ୍ତା ଆରମ୍ଭ ହୋଇଛି ।

ରିପୋର୍ଟ ମୁତାବକ, ବ୍ଲାକଷ୍ଟୋନର କସୋର୍ଟିୟମ ହଲଦୀରାମର ୭୬ ପ୍ରତିଶତ ଅଂଶ କିଣିବାକୁ ଯୋଜନା କରୁଛି । ହଲଦୀରାମର ମୂଲ୍ୟକୁ ନେଇ ଅଗ୍ର୍ରୱାଲ ଫ୍ୟାମିଲିର ସଦସ୍ୟଙ୍କ ସହ ଅନେକ କଥାବର୍ତ୍ତା ଚାଲିଛି । ଅଗ୍ରୱାଲ ପରିବାର ହଳଦୀରାମର ୭୬ ପ୍ରତିଶତ ଅଂଶକୁ ବ୍ଲାକଷ୍ଟୋନ କନ୍ସୋର୍ଟିୟମକୁ ବିକ୍ରୟ କରିବାକୁ ଚାହୁଁନାହାଁନ୍ତି। କାରଣ ପରିବାର ସଦସ୍ୟମାନେ ବ୍ୟବସାୟରେ ସେମାନଙ୍କର ଅଧିକ ଅଂଶ ରଖିବାକୁ ଚାହାଁନ୍ତି। କିଛି ପରିବାର ସଦସ୍ୟ କେବଳ ୫୧ ପ୍ରତିଶତ ଅଂଶଧନ ବିକ୍ରୟ କରିବାକୁ ଚାହାଁନ୍ତି, କିନ୍ତୁ ବର୍ତ୍ତମାନର ଆଲୋଚନାରେ ୭୪ ପ୍ରତିଶତ ଅଂଶଧନ ବିକ୍ରୟ ପାଇଁ ଏକ ଚୁକ୍ତି ହୋଇପାରିବ।

Get real time updates directly on you device, subscribe now.